Advertisement

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼,୨୫।୩(ଶରତ କୁମାର ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ପଞ୍ଚାୟତ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ ବିଦ୍ୟାଳୟର କିଛିଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ଖାଇବା ପରେ କେତେଜଣ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଅନୁଭବ କରିଥିଲେ। ପରେ ଅସୁସ୍ଥ ଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ତୁରନ୍ତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଖବର ପାଇ ବିଭାଗୀୟ ହସ୍ପିଟଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share