ରାଜ୍ୟରେ ୫ ବର୍ଷରେ ୨୦ ହଜାର ମାନବାଧିକାର ଉଲ୍ଲଂଘନ ମାମଲା

 

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧-୨୨ ଆର୍ଥିକବର୍ଷ ଶେଷ ସୁଦ୍ଧା ଓଏଚ୍‌ଆର୍‌ସିରେ ୧୭,୪୧୮ଟି ମାନବିକ ଅଧିକାର ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ଗତ ୫ ବର୍ଷରେ ରାଜ୍ୟରେ ସମୁଦାୟ ୨୦,୫୮୧ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ହୋଇଛି। ୨୦୧୭-୧୮ରେ ୫,୫୦୬ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮-୧୯ରେ ୪୪୪୬, ୨୦୧୯-୨୦ରେ ୩୫୪୦, ୨୦୨୦-୨୧ରେ ୪୫୧୫ ଓ ୨୦୨୧-୨୨ରେ ୨୭୭୪ ମାନବିକ ଅଧିକାର ଉଲ୍ଲଂଘନ ମାମଲା ଓଏଚ୍‌ଆର୍‌ସିଙ୍କ ନିକଟରେ ରୁଜୁ ହୋଇଛି । ରାଜ୍ୟରେ କରୋନା କାଳରେ ୪,୫୦୦ରୁ ଊର୍ଦ୍ଧ୍ୱ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ୨୦୧୭ ଜାନୁୟାରୀ ପହିଲା ସୁଦ୍ଧା କମିଶନରେ ୧୪,୪୨୩ ମାମଲା ଗଡୁଥିଲା। ଏହା ପରେ ରୁଜୁ ହୋଇଥିବା ମାମଲାକୁ ମିଶାଇ କମିଶନ ମୋଟ ୨୩,୫୭୧ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗର ଫଇସଲା କରିଛନ୍ତି। ସେହିଭଳି ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ଯଥାକ୍ରମେ ୪୪୭୬, ୪୪୭୩, ୫୦୨୧, ୨୨୧୦ ଓ ୭୦୩୬ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ଫଇସଲା କରାଯାଇଛି ।

 

Share