Categories: ଜାତୀୟ

ନୂଆବର୍ଷରେ ଅଘଟଣ: ଧସିଲା ପାହାଡ଼, ଚାପି ହୋଇଗଲେ ୨୦

ଚଣ୍ଡିଗଡ଼,୧ା୧: ବର୍ଷ ଆରମ୍ଭରୁ ଅଘଟଣ। ପାହାଡ଼ ଧସି ହରିୟାଣାର ଭବାନୀ ଜିଲାରେ ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଏକ ଅଂଶ ଖସି ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସ୍‌ପି ଅଜିତ୍‌ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

Share