Posted inଜାତୀୟ

ଆଣ୍ଡାମାନ ନିକୋବର: ପୂର୍ବତନ ଚିଫ୍ ସେକ୍ରେଟାରୀଙ୍କର ବଢିଲା ସମସ୍ୟା, ଏସଆଇଟି ଯାଞ୍ଚରେ ସାମ୍ନାକୁ ଆସିଲା ‘ଜବ ଫର ସେକ୍ସ’ ର‌୍ୟାକେଟର ସନ୍ଧାନ

ପୋର୍ଟ ବ୍ଲେୟାର,୨୭ ।୧୦: ସାମୁହିକ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାରେ ଆଣ୍ଡାମାନ ନିକୋବର ଦ୍ୱିପର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣ ଓ ଶ୍ରମ ସଚିବ ଆରଏଲ ଋଷିଙ୍କ ବିରୋଧରେ ଏସଆଇଟିକୁ ପ୍ରମାଣ ମିଳିଛି । ଏହି ପ୍ରମାଣ କଥିତ ଭାବେ ‘ଜବ ଫର ସେକ୍ସ ର‌୍ୟାକେଟ’ ଆଡକୁ ଇସାରା କରୁଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏସଆଇଟି ମୁଖ୍ୟ ସାକ୍ଷିଙ୍କ ବୟାନ ରେକର୍ଡ କରିଛି । ଯାଞ୍ଚ ଅଧିକାରୀ ଜାଣିବାକୁ ପାଇଛନ୍ତି କି ୨୦ରୁ ଅଧିକ ମହିଳାଙ୍କୁ ତାଙ୍କ କାର୍ଯ୍ୟକାଳ ସମୟରେ କଥିତ ଭାବେ ପୋର୍ଟ ବ୍ଲୋୟାରରେ ନାରାଇନଙ୍କ ଘରକୁ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଯୌନ ଶୋଷଣ ପରେ ଚାକିରି ଦିଆଯାଇଛି ।

ନାରାଇନ ୨୮ ଅକ୍ଟୋବରରେ ଏସଆଇଟି ସାମ୍ନାରେ ହାଜର ହେବା ଅନୁମାନ କରାଯାଉଛି । କଲକତା ହାଇକୋର୍ଟ ତାଙ୍କ ଉପସ୍ଥିତିର ଶେଷ ତାରିଖ ନିର୍ଦ୍ଧାରିତ କରିଛନ୍ତି । ପୋର୍ଟ ବ୍ଲେୟାରରେ ବରିଷ୍ଠ ପୋଲିସ ଅଧିକାରୀ ଦ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ଉଭୟ ନିଲମ୍ବିତ ଅଧିକାରୀଙ୍କ ମୋବାଇଲ ଫୋନର ସିଡିଆର(କଲ ଡେଟା ରେକର୍ଡ)ଓ ୨୧ ବର୍ଷୀୟା ମହିଳାଙ୍କ ଫୋନ କଲ ଘଟଣାକ୍ରମ ସହ ମେଳ ଖାଉଛି ।
ବିଶେଷ ସୂତ୍ରରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ ମୁଖ୍ୟ ସଚିବଙ୍କ ଘରେ ଲାଗିଥିବା କ୍ଲୋଜ ସର୍କିଟ(ସିସିଟିଭି) କ୍ୟାମେରାର ଡିବିଆର୍‌(ଡିଜିଟାଲ ଭିଡିଓ ରେକର୍ଡର)ର ହାର୍ଡ ଡିସ୍କକୁ ପୂର୍ବରୁ ନଷ୍ଟ କରି ଦିଆଯାଇଛି । ଏହାସହ ତାଙ୍କର ଯେତେବେଳେ ବ୍ଲେୟାରୁ ଦିଲ୍ଲୀ ବଦଳି କରାଗଲା ସେତେବେଳେ ଡିବିଆରକୁ ହଟାଇ ଦିଆଯାଇଥିଲା । ଏହାକୁ ନେଇ ପିଡବ୍ଲୁଡିର ଜଣେ ଅଧିକାରୀ ଓ ଜଣେ ସ୍ଥାନୀୟ ସିସିଟିଭି ବିଶେଷଜ୍ଞ ଇଲେକ୍ଟ୍ରୋନିକ ସାକ୍ଷୀର କଥିତ ଭାବେ ନଷ୍ଟ କରିଦିଆଯାଇଥିବା କହି ସାକ୍ଷୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri