୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍‌ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ

ହାଇଦ୍ରାବାଦ୍‌, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍‌କା ବୁକ୍‌ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ ହ୍ୟୁମାନ କାଲକୁଲେଟର ଭାବେ ସ୍ଥାନୀତ ହୋଇଛି। ଏବେ ଭାନୁ ପ୍ରକାଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍‌ ଷ୍ଟିଫନ କଲେଜରେ ଅଧ୍ୟୟନ କରୁଛନ୍ତି। ଲଣ୍ଡନରେ ହୋଇଥିବା ମେଣ୍ଟାଲ କାଲକୁଲେଶନ ଅଲମ୍ପିଆଡ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଆଖି ପିଛୁଳାରେ ବଡ଼ ବଡ଼ ହିସାବ କରି ସେ ବିଚାରକ ମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପୂର୍ବରୁ ସେ ୪ଟି ପୁରସ୍କାର ହାସଲ କରିଛନ୍ତି।

Share