ବିନା ମେକ୍‌ଅପ୍‌ରେ ମିସ୍‌ ଇଂଲଣ୍ଡ ଫାଇନାଲିଷ୍ଟ

ପ୍ରତ୍ୟେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଦ୍ୱନ୍ଦ୍ୱୀ ମେକ୍‌ଅପ୍‌ ତଥା ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ଜଣେ କଣ୍ଟେଷ୍ଟାଣ୍ଟ ବିନା ମେକ୍‌ଅପ୍‌ରେ ଫାଇନାଲିଷ୍ଟ ହୋଇଛନ୍ତି। ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏ ପ୍ରକାର ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ୨୦ ବର୍ଷୀୟା ମେଲିଶା ରାଓଉଫ୍‌ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ସେମି ଫାଇନାଲିଷ୍ଟ ହୋଇଛନ୍ତି। ରାଜନୀତି ପାଠ୍ୟକ୍ରମ ପଢ଼ୁଥିବା ମେଲିଶାଙ୍କ ସହ ଆହୁରି ୪୦ ଜଣ ପ୍ରତିଯୋଗୀ ରହିଛନ୍ତି। ଅକ୍ଟୋବରରେ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାର ବିଜୟିନୀଙ୍କ ନାମ ଘୋଷଣା କରାଯିବ। ମେଲିଶା ହେଉଛନ୍ତି ବିଶ୍ୱର ପ୍ରଥମ ପ୍ରତିଯୋଗୀ ଯେ ଏ ପ୍ରକାର ନିଆରା ଢଙ୍ଗରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ନିଜ ତ୍ୱଚାକୁ ନେଇ ଯଦି ଆମେ ଖୁସି ତେବେ ତାକୁ ମେକ୍‌ଅପ୍‌ ଦ୍ୱାରା ଢାଙ୍କିବାର କୌଣସି ପ୍ରୟୋଜନ ନାହିଁ ବୋଲି ମେଲିଶା କୁହନ୍ତି। ପ୍ରତିଯୋଗିତାର ଫାଇନାଲରେ ମଧ୍ୟ ମେଲିଶା ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

Share