୨୦ ବର୍ଷ ପରେ…

ଅମୀଷା ପଟେଲଙ୍କ ଖୁସି କହିଲେ ନ ସରେ। କାହିଁକି ନା, ଯେଉଁ କଥା ସେ ଚିନ୍ତା କରୁଥିଲେ ତାହା ପୂରଣ ହୋଇଛି। ଅନିଲ ଶର୍ମାଙ୍କ ‘ଗଦ୍ଦର : ଏକ ପ୍ରେମ କଥା’ରେ ସନ୍ନି ଦେଓଲ ଏବଂ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଏହି ଫିଲ୍ମଟିକୁ ମିଳିଥିଲା ଆଶାତୀତ ସଫଳତା। ଦେଶଭକ୍ତି ଉପରେ ଆଧାରିତ ତଥା ୨୦୦୧ରେ ମୁକ୍ତିଲାଭ କରିଥିବା ଉକ୍ତ ସିନେମାଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। ଆଉ ଏବେ ୨୦ବର୍ଷ ପରେ ଏହାର ସିକୁଏଲ୍‌ ନିର୍ମିତ ହେବାକୁ ଯାଉଛି। ଏହାର ଟାଇଟଲ ରହିଛି ‘ଗଦ୍ଦର-୨’। ଖାସ୍‌ କଥା ହେଲା, ଏହି ଫିଲ୍ମରେ ସନ୍ନି-ଅମୀଷାଙ୍କୁ ରିପିଟ୍‌ କରାଯାଉଛି। ଏପରି ଅଫର ସମ୍ପର୍କରେ ଅମୀଷା କହନ୍ତି, ”ଯେତେବେଳେ ମୋତେ ଏ ନେଇ ଜଣାଗଲା ସେତେବେଳେ ମୋ ଖୁସି ବନ୍ଧବାଡ ମାନି ନ ଥିଲା। ସେତେବେଳେ ଏହି ସିନେମାକୁ ଦର୍ଶକ ଗ୍ରହଣ କରିଥିଲେ। ଆଉ ଏବେ ପୁଣି ଥରେ ଏହାର ସିକୁଏଲ ପ୍ରସ୍ତୁତ ହେଉଛି ଆଉ ସେଥିରେ କେବଳ ସନ୍ନି ନୁହନ୍ତି ମୋତେ ମଧ୍ୟ ପୁଣି ଥରେ ଅଭିନୟ କରିବାର ସୁଯୋଗ ମିଳିଛି। ଏହା ନିଶ୍ଚୟ ମୋ ପାଇଁ ଗର୍ବର କଥା।“ ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ୬୪ବର୍ଷ ବୟସ୍କ ସନ୍ନି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଫ୍ଲପ ହେଲେ କ’ଣ କରନ୍ତି Aamir Khan? ନିଜେ ଦେଲେ ଏହାର ଉତ୍ତର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ବଲିଉଡ ଅଭିନେତା ଆମିର ଖାନ ତାଙ୍କ ଫିଲ୍ମ ମାଧ୍ୟମରେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଆମେ ସମସ୍ତେ ଜାଣୁ...

ସେପଟେ ପ୍ରେମିକର ବାହାଘର, ଏପଟେ ପିଣ୍ଡଦାନ କଲେ Rani Panda

ଭୁବନେଶ୍ୱର,୨୩।୨: କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାoହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର...

Guru Randhawaଙ୍କୁ କ’ଣ ହୋଇଛି? ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି, ଫଟୋ ଦେଖି ଚିନ୍ତାରେ ପ୍ରଶଂସକ…

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ...

‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି

ମୁମ୍ବାଇ: ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍‌ଗୁଡ଼ିକ ହାଉସ୍‌ଫୁଲ ଯାଉଛି।...

Chahal-Dhanashree Divorce: ସ୍ବାମୀଙ୍କ ଠାରୁ ଅଧିକ ରୋଜଗାର କରୁଥିବା ସ୍ତ୍ରୀ ଛାଡପତ୍ର ପରେ ମାଗିପାରିବେ କି ଭରଣପୋଷଣ, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ସ୍ପିନର Chahal-Dhanashree Divorce ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର କନଫର୍ମ ହୋଇଛି। ରିପୋର୍ଟ ଅନୁସାରେ,...

ମୁଁ ମୋ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛି…ଫସିଲେ ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ

ମୁମ୍ବାଇ,୨୧।୨: ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା...

Sourav Ganguly Biopic: ଗାଙ୍ଗୁଲିଙ୍କ ବାୟୋପିକର ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା, ହୋଇଗଲା ଫାଇନାଲ

ନୂଆଦିଲ୍ଲୀ,୨୧।୨: କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏବେ...

Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ସାଉଥ୍‌ ସିନେମାର ବରିଷ୍ଠ ଅଭିନେତା ନନ୍ଦମୁରୀ ବାଳକ୍ରିଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଗୀତ ‘ଦାବିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image