୨୦ ବର୍ଷର ହିସାବ, ପ୍ରତିଦିନ ଖର୍ଚ୍ଚ ହୋଇଛି ୨୯୦ ନିୟୁତ ଡଲାର…

ଓ୍ବାଶିଂଟନ/କାବୁଲ,୧୪।୯: ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ଆଫଗାନିସ୍ତାନ ଅଭିଯାନ ବିଫଳ ରହିଛି। ଶେଷରେ ୨୦୦୧ର ସ୍ଥିତି ଦେଶରେ ଫେରିଛି। ଏହି ସମୟ ମଧ୍ୟରେ ଆମେରିକା ୨ ଟ୍ରିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ କରିଛି। ପ୍ରତିଦିନ ଆଫଗାନିସ୍ତାନରେ ଆମେରିକା ୨୯୦ ନିୟୁତ ଡଲାର ଖର୍ଚ୍ଚ କରିଛି।

ବ୍ରାଉନ୍‌ ୟୁନିଭରସିଟି ପକ୍ଷରୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଆମେରିକାରର ୭୩,୦୦ ଦିନର ଖର୍ଚ୍ଚ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଫଗାନିସ୍ତାନରେ ଆମେରିକାର ଖର୍ଚ୍ଚ ପରିମାଣ ୨.୨୬ ଟ୍ରିଲିୟନ ଡଲାର ଛୁଇଁଛି।

ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୪୮.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ରିପୋର୍ଟରେ କୁହାଯାଇଛି। ଅର୍ଥହାନୀ ସହିତ ବହୁ ସୈନ୍ୟଙ୍କୁ ଆମେରିକା ହରାଇ ଖାଲି ହାତରେ ସ୍ବଦେଶ ଫେରିଥିବା ରିପୋର୍ଟରେ କୁହାଯାଇଛି।

Share