Categories: ଜାତୀୟ

୨୦ ବର୍ଷର ଲୋକସେବା: ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭।୧୦: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକସେବାକୁ ୨୦ ବର୍ଷ ପୂରଣ ହୋଇଛି। ଇତିମଧ୍ୟରେ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ ମୋଦିଙ୍କ ଦେଶସେବା ଆରମ୍ଭ ହୋଇଥିଲା। ମୋଦିଙ୍କ ନେତୃତ୍ୱରେ ଭାଜପା ଗୁଜରାଟରେ ୨୦୦୨, ୨୦୦୭ ଏବଂ ୨୦୧୨ରେ କ୍ଷମତା ଦଖଲ କରିଥିଲା। ଏହାପରେ ମୋଦି ରାଜ୍ୟରୁ କେନ୍ଦ୍ର ମୁହାଁ ହୋଇଥିଲେ। ୨୦୧୩ରେ ଭାଜପା ପକ୍ଷରୁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ମୋଦିଙ୍କ ନେତୃତ୍ୱରେ ଭାଜପା ୨୦୧୪ରେ କେନ୍ଦ୍ରରେ କ୍ଷମତା ହାସଲ କରିଥିଲା। ଏହାପରେ ପୁଣି ୨୦୧୯ରେ ଭାଜପା ବିପୁଳ ଭୋଟରେ ବିଜୟ ଲାଭ କରିଥିଲା। ମୋଦିଙ୍କ ୨୦ ବର୍ଷର ଲୋକସେବା ସଫଳତା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।

Share