ହଟିବ ୨୦ ବର୍ଷ ପୁରୁଣା ଗାଡ଼ି

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପୁରୁଣା ଗାଡ଼ି ଚଳାଇବା ନେଇ ନୂଆ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଣିକି ୨୦ ବର୍ଷ ପୁରୁଣା ଘରୋଇ ଗାଡ଼ିକୁ ହଟାଇ ଦିଆଯିବ। ସେହିପରି ୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ ଦିଆଯିବ। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ସ୍କ୍ରାପ୍‌ ନୀତି ଅନୁସାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ନୂଆ ନୀତି ଯୋଗୁ ୧୦ ହଜାର କୋଟି ଟଙ୍କାର ନିବେଶ ବୃଦ୍ଧି ପାଇବ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ସେହିପରି ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସ୍କ୍ରାପ୍‌ ନୀତି ଯୋଗୁ ଅଟୋ ସେକ୍ଟରର ଆକାର ୪.୫୦ ଲକ୍ଷ କୋଟିରୁ ୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହାଦ୍ୱାରା ପ୍ରଦୂଷଣ ମାତ୍ରା ୨୫ରୁ ୩୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି।

Share