କ୍ରୁଟ୍‌ ମୋ’ ବସ୍‌ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍‌

ଭୁବନେଶ୍ୱର,୩୦ା୧୨: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍‌ ସହିତ ୫୫ ମିଡି ବସ୍‌ (୨୫ ନୂତନ ଏବଂ ୩୦ ପୁରୁଣା)କୁ ନେଇ ଚଳାଚଳ ଶୁଭାରମ୍ଭ ହୋଇଥିଲା। ଜୁନ୍‌ ୨୦୨୨ ସୁଦ୍ଧା ଏଥିରେ ଆହୁରି ୫୦ଟି ବସ୍‌ ଯୋଗ ହୋଇଥିଲା। ଜାନୁୟାରୀ ୨୦୨୩ରେ ମୋ’ ବସ୍‌ ସେବାକୁ ବଢ଼ାଇ ୧୦୦ ମିଡି ବସ୍‌ ଯୋଗକରି ରାଉରକେଲାରେ ମୋ’ ବସ ଚଳାଚଳ ଆରମ୍ଭ ହୋଇଥିଲା। ସହରରେ ପ୍ରଥମ ଏବଂ ଶେଷ ମାଇଲ ସଂଯୋଗ ପାଇଁ ଯାତ୍ରୀମାନେ ମୋ ବସ୍‌ରୁ ଓହ୍ଲାଇ ଘର ଏବଂ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ମୋ’ ଇ-ରାଇଡ (ଇ-ରିକ୍ସା) ସେବା ଯାହା ୨୦୨୨ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା

ପୁରୀ, କଟକ, ଭୁବନେଶ୍ବର ଅଞ୍ଚଳରେ କ୍ରୁଟ ପକ୍ଷରୁ ୩୦୫ଟି ମୋ’ ବସ୍‌ ଚଳାଚଳ କରିବା ସହିତ ରାଉରକେଲାରେ ୧୦୦ଟି ମୋ’ ବସ୍‌ ଚଳାଚଳ କରୁଛି। ଆଗାମୀ ଦିନରେ ଏହାର ଅଧିକ ଆବଶ୍ୟକତାକୁ ନଜରରେ ରଖି ମୋ ବସ୍‌ ସଂଖ୍ୟାରେ ବୃଦ୍ଧି କରାଯିବାର ଯୋଜନା ରହିଛି। ସେନେଇ ଆଗାମୀ ଦିନରେ ଅତିରିକ୍ତ ୨୦୦ ଇଲେକ୍ଟ୍ରିକ୍‌ ବସ୍‌ ଯୋଗ କରି ଜନପରିବହନର କାର୍ଯ୍ୟକ୍ଷମ ପରିସରକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖିଛି। କ୍ରୁଟ୍‌ ଇଲେକ୍ଟ୍ରିକ୍‌ ବସ୍‌ ଉପସ୍ଥାପନ ପରିବେଶ ଅନୁକୂଳ ହେବା ସହିତ ଆଧୁନିକ ଜନପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ହେବ। ଯାହା ବାୟୁ ପ୍ରଦୂଷଣ, ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହେବ।

୨୦୦ ଇଭି ଏସି ବସ୍‌ କ୍ରୟ ଏବଂ ଏହାର ସୁପରିଚାଳନା କାର୍ଯ୍ୟ ପାଇଁ ଜେବିଏମ୍‌ ଇକୋ ଲାଇଫ୍‌ ସହିତ ହେବାକୁ ଥିବା ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ  କରିଛନ୍ତି। ୯ରୁ ୧୦ ମିଟର ଆକାରର ଇଲେକ୍ଟ୍ରିକ୍‌ ବସ ଏବଂ ଏହାର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ (ଜିସିସି) ମଡେଲ ଆଧାରରେ ବସ୍‌ ଅପରେଟ ପାଇଁ କିଲୋମିଟର ପିଛା ୬୪.୮୧ ଟଙ୍କା ଲେଖାଏ ୧୦ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏହି ୨୦୦ ଇ-ବସ୍‌ ପ୍ରକଳ୍ପର ମୋଟ୍‌ ମୂଲ୍ୟ ୯୩୩,୨୬,୪୦,୦୦୦ (୯ ଶହ ୩୩ କୋଟି ୨୬ ଲକ୍ଷ ୪୦ ହଜାର ଟଙ୍କା) ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri