ଝାରସୁଗୁଡାରେ ୨ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା ଅଫିସ,୧୮।୭: ଝାରସୁଗୁଡା ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ସହ ଟପିଲାଣି। ଶନିବାର ପୁଣି ୫ ଜଣ ବ୍ୟକ୍ତିଙ୍କୁ କରୋନା ପଜିଟିଭ ଥିବା ଜଣାପଡିଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୬୩ ସୁସ୍ଥ ହୋଇ ସାରିଥିବା ବେଳେ ୪୯ ଜଣ ଚିକିତ୍ସାଧୀନ ଅଛନ୍ତି।
ପ୍ରକାଶ ଯେ, ଜିଲାର ଗମ୍ଭୀର ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଜିଲାପାଳ ସରୋଜ କୁମାର ସାମଲ ଜିଲାବାସୀଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲା ବାହାରକୁ ନ ଯିବାକୁ ଟୁଇଟ୍‌କରି ଜଣାଇଛନ୍ତି। କେବଳ ମେଡିକାଲ କାର୍ଯ୍ୟ କିମ୍ବା ବ୍ୟକ୍ତିଗତ କାର୍ଯ୍ୟକୁ ଛାଡିଲେ ଜିଲା ସୀମା ଅତିକ୍ରମ ନ କରିବାକୁ ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ସୀମାଗୁଡିକରେ ପୋଲିସ କର୍ମଚାରୀ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି।

Share