Advertisement

ରାଜ୍ୟରେ ବଢ଼ିଚାଲିଛି କରୋନା: ଆଜି ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୮ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮ ଏବଂ ସୁନ୍ଦରଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୮, ଭଦ୍ରକ ୩, ଦେବଗଡ଼ ୩, ଢେଙ୍କାନାଳ ୧, ଜଗତସିଂହପୁର ୨, ଯାଜପୁର ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୨,କେନ୍ଦୁଝର ୧, ମୟୂରଭଞ୍ଜ ୫, ନୟାଗଡ଼ ୧, ନୂଆପଡ଼ା ୪, ପୁରୀରୁ ୫ ଏବଂ ସମ୍ବଲପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୯୬୧ରେ ପହଞ୍ଚିଥିବା ବେଳେ ୧୨,୭୯,୯୧୦ ଜଣ ସୁସ୍ଥ ହୋଇଛନ୍ତି। ୮୭୨ ଜଣ ଚିକିିତ୍ସିତ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share