ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍, ପ୍ରଡକ୍ଟ ଓ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ କମ୍ପାନୀ ଛଟେଇ କରାଯାଇଥିବା ସୂଚନା ମିଳିଛି। ବିଶେଷକରି କମ୍ପାନୀର ବିଭିନ୍ନ ସବ୍ସିଡିଆରି ଯଥା ଓଲା କ୍ୟାବ୍ସ, ଓଲା ଇଲେକ୍ଟ୍ରିକ ଓ ଓଲା ଫାଇନାନ୍ସିଆଲ ସର୍ଭିସେସ୍ରୁ ମଧ୍ୟ କର୍ମଚାରୀମାନଙ୍କୁ ଛଟେଇ କରାଯାଇପାରେ ବୋଲି କମ୍ପାନୀ ଯୋଜନା କରୁଛି। ସେହିଭଳି ଆର୍ଥିକ ମାନ୍ଦାବସ୍ଥା କାରଣରୁ କର୍ମଚାରୀଙ୍କୁ ଛଟେଇ କରୁଥିବା ଖବରକୁ କମ୍ପାନୀ ପକ୍ଷରୁ ଅସ୍ବୀକାର କରାଯାଇଛି। ଏପରିକି ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ କମ୍ପାନୀ ପକ୍ଷରୁ ନିୟମିତ ଭାବେ କରାଯାଉଥିବା କମ୍ପାନୀ ପୁନର୍ଗଠନ ପ୍ରକ୍ରିୟାର ଏକ ଅଂଶସ୍ବରୂପ ଭାବେ ଏସବୁ ଛଟେଇ କରାଯାଉଛି ବୋଲି ଓଲା ପକ୍ଷରୁ କୁହାଯାଇଛି।