Categories: ଜାତୀୟ

୩୦୦୦ ରୋଗୀଙ୍କୁ ମାଗଣା ଚିକିତ୍ସା କଲେ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ

ଦେଓଘର,୧୦ା୬: ସତ୍‌ସଙ୍ଗର ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ୫୬ତମ ଜନ୍ମଦିବସ ଅବସରରେ ଦେଓଘର ସତ୍‌ସଙ୍ଗ ଆଶ୍ରମରେ ଏକ ମେଗା ସ୍ବାସ୍ଥ୍ୟ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ୍‌ରେ ଭାରତର ବିଭିନ୍ନ ପ୍ରାନ୍ତରରୁ ୨୦୦ ସ୍ବାସ୍ଥ୍ୟ ବିଶେଷଜ୍ଞ ଅଂଶଗ୍ରହଣ କରି ପ୍ରାୟ ୩୦୦୦ରୋଗୀଙ୍କୁ ମାଗଣା ଚିକିତ୍ସା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଆଖପାଖ ଅଞ୍ଚଳର ଥିଲେ। ପରାମର୍ଶ ବ୍ୟତୀତ ଡାଇଗ୍ନୋଷ୍ଟିକ ପରୀକ୍ଷା ଏବଂ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଇଥିଲା।

Share