Categories: ଜାତୀୟ

କାବୁଲ ଦୂତାବାସରେ ଫସିଛନ୍ତି ୨୦୦ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଆଫାଗନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅର୍ଦ୍ଧସାମରିକ ଯବାନ ରହିଛନ୍ତି। କାବୁଲ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଛିଡ଼ାହୋଇଥିଲେ ହେଁ ଦୂତାବାସରୁ କର୍ମଚାରୀମାନଙ୍କୁ କିପରି ନିରାପଦରେ ଆଣିବ ତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ତାଲିବାନମାନେ କାବୁଲ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ଦୂତାବାସ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଆଇଟିବିପି ଯବାନ ସେଠାକୁ ଯାଇଥିଲେ। ଦେଶ ଛାଡ଼ିବା ଲାଗି ବହୁସଂଖ୍ୟାରେ ଲୋକ ବିମାନବନ୍ଦରରେ ଭିଡ଼ କରିବାରୁ ସୋମବାର ସକାଳୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି। ଭାରତୀୟମାନଙ୍କୁ ଫେରାଇ ଆଣିବା ନେଇ ଯୋଜନା ପ୍ରସ୍ତୁତ କରିବାକୁ କ୍ୟାବିନେଟ ସଚିବ ବହିର୍ବ୍ୟାପାର ମନ୍ତ୍ରଣାଳୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

Share