୨୦୦ ମାଓବାଦୀ କରୋନାରେ ଆକ୍ରାନ୍ତ: ୧୦ ଜଣଙ୍କର ଘଟିଲାଣି ମୃତ୍ୟୁ…

ବସ୍ତର,୧୧।୫: ଜଙ୍ଗଲରେ ବିନା ସ୍ବାସ୍ଥ୍ୟ ସୁରକ୍ଷାରେ ଥିବା ମାଓବାଦୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବସ୍ତର ଜିଲାର ଏସ୍‌ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଇତି ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୧୫ ଦିନ ତଳେ ବସ୍ତର ଜଙ୍ଗଲରେ ପ୍ରାୟ ୫୦୦ ମାଓବାଦୀ ଏକତ୍ରିତ ହୋଇଥିଲେ। ଏକ୍ସପାୟର ହୋଇଥିବା ଔଷଧ ଏବଂ କରୋନା ମାର୍ଗଦର୍ଶିକା ପାଳନ ନ କରିବାରୁ ଏଭଳି ହୋଇଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ମୃତ ମାଓବାଦୀଙ୍କ ଅନ୍ତିମ ସଂସ୍କାର ଜଙ୍ଗଲରେ କରାଯାଇଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମାଓବାଦୀମାନେ ଲୁଚାଉଥିବା ଏସ୍‌ପି କହିଛନ୍ତି।

Share