Categories: ଖେଳ

କାଉଣ୍ଟିରେ ପୃଥ୍ବୀ ଶ’ଙ୍କ ଦ୍ୱିଶତକ

ନର୍ଥହାମ୍ପଟନ୍‌,୧୦ା୮(ପି.ଟି.): ଭାରତୀୟ ଦଳରୁ ଦୂରରେ ଥିବା ଓପନର ପୃଥ୍ବୀ ଶ କାଉଣ୍ଟିରେ ଦ୍ୱିଶତକ ହାସଲ କରିଛନ୍ତି। ବୁଧବାର ଇଂଲଣ୍ଡର ଓ୍ବ୍‌ାନ୍‌ ଡେ କପ୍‌ରେ ନର୍ଥହାମ୍ପଟନଶାୟର ପକ୍ଷରୁ ଖେଳୁଥିବା ଶ’ ୧୫୩ ବଲ୍‌ ଖେଳି ୨୪୪ ରନ୍‌ ସ୍କୋର କରିଛନ୍ତି। ଲିଷ୍ଟ ଏରେ ଏହା ପୃଥ୍ବୀଙ୍କର ସର୍ବାଧିକ ସ୍କୋର ଅଟେ। ଏହି ଇନିଂସରେ ୨୮ ଚୌକା ଓ ୧୧ ଛକା ସାମିଲ ଥିଲା। ୨୦୨୦-୨୧ରେ ପୃଥ୍ବୀ ବିଜୟ ହଜାରେ ଟ୍ରଫି ସେମିରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ। ନର୍ଥହାମ୍ପଟନଶାୟର ପାଇଁ ତୃତୀୟ ମ୍ୟାଚ୍‌ ଖେଳୁଥିବା ପୃଥ୍ବୀ ୮୧ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ। ପରେ ରନ୍‌ଗତି ବଢାଇବା ସହିତ ୧୨୯ ବଲ୍‌ରେ ଦ୍ୱିଶତକ ପୂରଣ କରିଥିଲେ। ୨୩ ବର୍ଷୀୟ ପୃଥ୍ବୀଙ୍କର ଲିଷ୍ଟ ଏରେ ଏହା ଦ୍ୱିତୀୟ ଦ୍ୱିଶତକ। ଏହା ପୂର୍ବରୁ ପୁଡୁଚେରୀ ବିପକ୍ଷରେ ସେ ୨୨୭ ରନ୍‌ର ଇନିଂସ ଖେଳିଥିଲେ।

Share