୨୦୦ ପ୍ରଫେସର ଚାଇନା ପାଇଁ କରୁଛନ୍ତି ଗୁପ୍ତଚରୀ

ଲଣ୍ଡନ,୯।୨: ବ୍ରିଟେନ୍‌ରେ ଚାଇନା ପାଇଁ ୨୦ ବିଶ୍ୱବିଦ୍ୟାଳୟର ୨୦୦ ପ୍ରଫେସର ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରଫେସରମାନେ ଚାଇନାକୁ କ୍ଷେପଣାସ୍ତ୍ର, ଏୟାରକ୍ରାଫ୍ଟ ଏବଂ ସାଇବର ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ପର୍କିତ ଜ୍ଞାନକୌଶଳ ଯୋଗାଇ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ପ୍ରମାଣିତ ହେଲେ ପ୍ରଫେସରମାନଙ୍କୁ ଜେଲ ଦଣ୍ଡାଦେଶ ହୋଇପାରେ। ଖ୍ୟାତି ସମ୍ପନ୍ନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଏକ ଚାଇନା କମ୍ପାନୀ ପକ୍ଷରୁ ୭ ଲକ୍ଷ ପାଉଣ୍ଡ ଅନୁଦାନ ପ୍ରଦାନ କରାଯାଇଥିବା ଘଟଣା ନେଇ ଏବେ ତନାଘନା ଆରମ୍ଭ ହୋଇଛି। ବ୍ରିଟେନ୍‌ ଅଧିକାରୀଙ୍କ ପକ୍ଷରୁ ଏନେଇ ତଦନ୍ତ କରାଯାଉଛି। ଅଭିଯୋଗରେ ସମ୍ପୃକ୍ତ ପ୍ରଫେସରମାନେ ଦୋଷୀ ସାବସ୍ତ୍ୟ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହେବାର ଆଶଙ୍କା ରହିଛି।

Share