କୁହୁଡ଼ିରେ ୨୦୦ ଗାଡ଼ି ଧକ୍କା

ବେଜିଂ, ୨୯।୧୨: ସେଣ୍ଟ୍ରାଲ୍‌ ଚାଇନାର ଝେଙ୍ଗଜହୋଉରେ ବୁଧବାର ପ୍ରବଳ କୁହୁଡ଼ି ସକାଶେ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଏକାସଙ୍ଗେ ପିଟି ହୋଇଯାଇଛନ୍ତି। ସେଥିମଧ୍ୟରୁ ୧୨ଟି ଗାଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଝେଙ୍ଗଜିନ ହୁଆଙ୍ଗହେ ବ୍ରିଜ୍‌ରେ ଅନେକ କାର୍‌ ଉପରେ ଟ୍ରକ୍‌ ଚଢ଼ିଯାଇଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ସିସିଟିଭି ଫୁଟେଜ୍‌ ଅନୁସାରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା।

Share