ମ୍ୟୁଜିୟମରୁ ୨୦୦୦ରୁ ଅଧିକ କଳାକୃତି ଗାଏବ

ଲଣ୍ଡନ,୨୭ା୮: ବ୍ରିଟେନ ମ୍ୟୁଜିୟମ୍‌ରୁ ୨୦୦୦ରୁ ଅଧିକ କଳାକୃତି କେଉଁଆଡ଼େ ଗାଏବ ହୋଇଯାଇଛି। ଯାହାକି ଅନ୍‌ଲାଇନ୍‌ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏଥିମଧ୍ୟରୁ କେତେକ ଐତିହାସିକ କଳାକୃତି ମଧ୍ୟ ଉଦ୍ଧାର କରାଯାଇଛି। ଏହି ସମୟରେ ସଂଗ୍ରହାଳୟର ନିର୍ଦ୍ଦେଶକ ମଧ୍ୟ ଏହି ଲଜ୍ଜାଜନକ କାର୍ଯ୍ୟ ଦ୍ୱାରା ଗଭୀର ଆଘାତ ପାଇଥିବାରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ମ୍ୟୁଜିୟମ ପକ୍ଷରୁ କୁହାଯାଇଛି, ଗାଏବ ଥିବା ଅଧିକାଂଶ ଜିନିଷ ସଂଗ୍ରହ ଭଣ୍ଡାରେ ରଖାଯାଇଥିବା ଛୋଟ ଖଣ୍ଡ। ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀଠାରୁ ୧୯୦୦ ଶତାବ୍ଦୀ ପର୍ଯ୍ୟନ୍ତ ସୁନା ଅଳଙ୍କାର, ମୂଲ୍ୟବାନ ରତ୍ନ ପଥର ଆଦି ରହିଛି। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବସ୍ତୁଗୁଡ଼ିକ ମଧ୍ୟରୁ କୌଣସିଟି ସର୍ବସାଧାରଣରେ ପ୍ରଦର୍ଶନ ହୋଇନାହିଁ।

ବ୍ରିଟେନ ରାଜକୋଷର ପୂର୍ବତନ କୁଳପତି ଓସବୋର୍ନ କହିଛନ୍ତି, ପ୍ରାୟ ୨୦୦୦ କଳାକୃତି ନିଖୋଜ ହୋଇଯାଇଛି। ସେଥିମଧ୍ୟରୁ କିଛି ଉଦ୍ଧାର ହୋଇସାରିଛି। ସେ କହିଛନ୍ତି, ଆମେ ଅନେକ ସଚ୍ଚୋଟ ବ୍ୟକ୍ତିଙ୍କ ସହ କାମ କରୁଛୁ ଯେଉଁମାନେ ଚୋରି ହୋଇଥିବା ଜିନିଷ ଫେରସ୍ତ କରିବେ। ତଥାପି ବୋଧହୁଏ ସମସ୍ତେ ତାହା କରିବେ ନାହିଁ।

Share