ମୁମ୍ବାଇ,୧୯।୨ : ନିବ;ାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ପ୍ରଦାନ କରିଛନ୍ତି। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଶିନ୍ଦେ ଦଳର ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ନିର୍ବାଚନ ଆୟୋଗଙ୍କର ଏହି ନିଷ୍ପତ୍ତିକୁ ଠାକରେ ଗୋଷ୍ଠୀ କ୍ରମାଗତ ଭାବରେ ବିରୋଧ କରୁଛନ୍ତି। ଏକ ବଡ ଅଭିଯୋଗ କରି ଶିବସେନା ନେତା ତଥା ରାଜ୍ୟସଭା ଏମ୍ପି ସଞ୍ଜୟ ରାଉତ କହିଛନ୍ତି ଯେ ନିର୍ବାଚନ ଚିହ୍ନ ଏବଂ ନାମ ପାଇବା ପାଇଁ ଏପର୍ଯ୍ୟନ୍ତ ୨ ହଜାର କୋଟି ଟଙ୍କାର କାରବାର କରାଯାଇଛି।
ସଞ୍ଜୟ ରାଉତ କହିଛନ୍ତି ଯେ ଏହା ଶତ ପ୍ରତିଶତ ସତ୍ୟ ଅଟେ। ଖୁବ ଶୀଘ୍ର ଏହା ଲୋକଲୋଚନରେ ପ୍ରକାଶ ପାଇବ। ଦେଶର ଇତିହାସରେ ଏହା କେବେ ହୋଇ ନ ଥିଲା। ଏହାପୂର୍ବରୁ ସଞ୍ଜୟ କହିଥିଲେ ଯେ ଆମ ଦଳ ଉପରେ ଲୁଟ ହୋଇଛି। ଆମେ ଏହାର ଅନୁସନ୍ଧାନ କରିବୁ। ଚୋରକୁ ଧରାଯିବ। ସର୍ବଶେଷରେ ଧନୁ ଓ ତୀର ଚୋର କିଏ? ଆମେ ସମସ୍ତେ କେବଳ ଧନୁ ଏବଂ ତୀର ଚୋରି କରୁଥିବା ଘଟଣାର ଅନୁସନ୍ଧାନ କରୁଛୁ। ଏହି ଚୋରି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ। ଏହି ନିଷ୍ପତ୍ତି କିଣାଯାଇଛି ବୋଲି ରାଉତ ଅଭିଯୋଗ କରିଛନ୍ତି। ଚିହ୍ନ ଏବଂ ନାମ ମୂଳ ଶିବସେନାରୁ ଛଡ଼ାଇ ନିଆଯାଇଛି। ଏହା ନ୍ୟାୟ ନୁହେଁ।