ସିଟି ଅଫ୍ ଭିକ୍ଟୋରିଆ, ୧୯।୧ : କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏକ ଗୃହପାଳିତ ପ୍ରାଣୀ ଦୋକାନରେ ହାମଷ୍ଟର ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ସେଠାରେ ଜଣେ କରୋନା ସଂକ୍ରମିତ କର୍ମଚାରୀ କାମ କରୁଥିବାରୁ ବହୁ ଗୃହପାଳିତ ପ୍ରାଣୀ ଦୋକାନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୂଷା ଜାତୀୟ ହାମଷ୍ଟରର ଆମଦାନୀ-ରପ୍ତାନି ମଧ୍ୟ ବନ୍ଦ ହୋଇଯିବାକୁ ଘୋଷଣା କରାଯାଇଛି।
ତେବେ ପ୍ରଶାସନ ଏହା ମଧ୍ୟ କହିଛି ଯେ ପ୍ରାଣୀଙ୍କଠାରୁ ମଣିଷକୁ କରୋନା ବ୍ୟାପିବାର କୌଣସି ପ୍ରମାଣ ମିଳିନାହିଁ।
କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଜାନୁଆରୀ ୭ ପରେ ଷ୍ଟୋରରୁ କିଣାଯାଇଥିବା ସମସ୍ତ ହାମଷ୍ଟରଙ୍କୁ ନିଶ୍ଚିତ ଭାବରେ ହତ୍ୟା କରାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।