Posted inଜାତୀୟ

୨୦୦୦ ଟଙ୍କିଆ ବଦଳାଇବା ନେଇ ଆବେଦନକାରୀଙ୍କ ଯୁକ୍ତି, ଦୁର୍ନୀତିଗ୍ରସ୍ତଙ୍କର ହେବ ଲାଭ, ରାୟ ସଂରକ୍ଷଣ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୫ : ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି। ଆବେଦନକାରୀ କହିଛନ୍ତି , ପରିଚୟ ପତ୍ର ନ ଦେଖି ନୋଟ ବଦଳାଇବା ଦ୍ୱାରା ଦୁର୍ନୀତିଗ୍ରସ୍ତ ଲୋକେ ଉପକୃତ ହେବେ। ବିତର୍କ ସମୟରେ ଏହାର ଜବାବ ଦେଇ ରିଜର୍ଭ ବ୍ୟାଙ୍କ କହିଛି ଆର୍ଥିକ ଏବଂ ମୁଦ୍ରା ନୀତି ମାମଲାରେ କୋର୍ଟ ହସ୍ତକ୍ଷେପ କରନ୍ତି ନାହିଁ। ଏହା ସୁପ୍ରିମକୋର୍ଟର ଏକ ପୁରୁଣା ନିଷ୍ପତ୍ତି।

ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ୩ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଦୁର୍ନୀତିଗ୍ରସ୍ତ, ମାଫିଆ କିମ୍ବା ଜାତୀୟ ବିରୋଧୀ ବାହିନୀଙ୍କ ପାଖରେ ଥିବା ସନ୍ଦେହ କରାଯାଉଛି ବୋଲି ଆବେଦନକାରୀ କହିଛନ୍ତି। ଏପରି ପରିସ୍ଥିତିରେ, ପରିଚୟ ପତ୍ର ନ ଦେଖି ନୋଟ ବଦଳାଇବା ଦ୍ୱାରା ସେମାନେ ଉପକୃତ ହେବେ ।

ଆବେଦନକାରୀ କହିଛନ୍ତି ଆଜି ଭାରତରେ ଏପରି ପରିବାର ନାହିଁ ଯାହାଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ। ତେଣୁ, ୨୦୦୦ ନୋଟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା ଉଚିତ। ଏହା ମଧ୍ୟ ନିଶ୍ଚିତ ହେବା ଉଚିତ ଜଣେ ବ୍ୟକ୍ତି କେବଳ ନିଜ ଆକାଉଣ୍ଟରେ ନୋଟ ଜମା କରିପାରିବେ ଏବଂ ଅନ୍ୟର ଆକାଉଣ୍ଟରେ ନୁହେଁ। ଏହା ଦ୍ୱାରା ବେଆଇନ କାରବାର ବନ୍ଦ ହୋଇ ପାରିବ । ଉପାଧ୍ୟାୟ କହିଛନ୍ତି ଏକ ସମୟରେ ୨୦ ହଜାର ପର୍ଯ୍ୟନ୍ତ ବିନିମୟ ପାଇଁ ଅନୁମତି ଦିଆଯାଇଛି। ଏହିପରି, ଜଣେ ମାଫିଆ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ବଦଳାଇ ପାରିବେ।
ଶୁଣାଣି ସମୟରେ ବରିଷ୍ଠ ଓକିଲ ପରାଗ ତ୍ରିପାଠୀ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହାଜର ହୋଇଥିଲେ।

ସେ ୧୯୮୧ ’ଆର.କେ ଗର୍ଗ ବନାମ ଭାରତ ସରକାର’ ମାମଲାର ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି। ତାଙ୍କର ଯୁକ୍ତି ଥିଲା କୋର୍ଟ ଆର୍ଥିକ ନୀତିରେ ହସ୍ତକ୍ଷେପ କରିପାରିବେ ନାହିଁ। ଅନ୍ୟ କିଛି ନିଷ୍ପତ୍ତି ଦର୍ଶାଇ ତ୍ରିପାଠୀ ଏହା ମଧ୍ୟ କହିଛନ୍ତି ନୋଟ ଜାରି ଏବଂ ପ୍ରତ୍ୟାହାର କରିବା ରିଜର୍ଭ ବ୍ୟାଙ୍କର ଅଧିକାର। କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri