Categories: ବାଣିଜ୍ୟ

ଫେରିନି ୭୭୫୫ କୋଟିର ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର,୪।୬,(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାସତ୍ତ୍ୱେ ପ୍ରାୟ ୭୭୫୫ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ। ଆରବିଆଇ ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ଏଥିରେ ପହଞ୍ଚିଛି। ଅବଶିଷ୍ଟ ନୋଟଗୁଡିକ ବର୍ତ୍ତମାନ ମଧ୍ୟ ଜନସାଧାରଣଙ୍କ ପାଖରେ ରହିଛି। ସୋମବାର ଆରବିଆଇ କହିଛି ଯେ ୨୦୦୦ ଟଙ୍କା ନୋଟକୁ ବିମୁଦ୍ରୀକରଣ କରିବାର ନିଷ୍ପତ୍ତି ୨୦୨୩ ମେ’ ୧୯ରେ ନିଆଯାଇଥିଲା। ଏହି ନିଷ୍ପତ୍ତି ନେବା ସମୟରେ ପ୍ରାୟ ୩.୬୫ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଥିଲା। ଲୋକଙ୍କୁ ଏହି ନୋଟଗୁଡ଼ିକୁ ବ୍ୟାଙ୍କରେ ଜମା କରିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲେ ମଧ୍ୟ ୯୭.୮୨ ପ୍ରତିଶତ ନୋଟ ଫେରସ୍ତ କରାଯାଇଛି। ପ୍ରାୟ ୭୭୫୫ କୋଟି ଟଙ୍କା ମୂଲ୍ୟର ନୋଟ୍‌ ଫେରସ୍ତ ହୋଇନାହିଁ। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଲୋକଙ୍କୁ ୨୦୨୩ ଅକ୍ଟୋବର ୭ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବିନିମୟ କିମ୍ବା ଜମା କରିବାର ସୁଯୋଗ ଦିଆଯାଇଥିଲା। ଯେକୌଣସି ବ୍ୟାଙ୍କ ଶାଖା ସହ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ମଧ୍ୟ ଏହି ନୋଟ୍‌ ବିନିମୟ କରିପାରିଥାନ୍ତେ। ଯେକୌଣସି ଡାକଘରୁ ୨୦୦୦ ଟଙ୍କିଆ ନୋଟ୍‌ ଆରବିଆଇ ଇସ୍ୟୁ କାର୍ଯ୍ୟାଳୟକୁ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରେ ଜମା କରିବାକୁ ପଠାଇ ପାରିବେ। ଆରବିଆଇର କାର୍ଯ୍ୟାଳୟଗୁଡ଼ିକ ଅହମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ଥିରୁଭାନନ୍ତପୁରମରେ ରହିଛି। ସୂଚନା ଥାଉକି, କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ ଘୋଷଣା ପରେ ଏହି ୨୦୦୦ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା।

Share