Categories: ଫୁରସତ

ଏହି ସହରରେ ପଥର ପାଲଟିଥିଲେ ୨୦୦୦ ଲୋକ, ୪୦୦ ଡିଗ୍ରୀ ଥିଲା ତାପମାତ୍ରା

ଏକ ସହର ଯାହା ସର୍ବଦା ସମୃଦ୍ଧ ଏବଂ ସବୁଜ ସବୁଜ ଥିଲା। ରାତାରାତି ଲାଭାରେ ପରିପୂର୍ଣ୍ଣ କବରସ୍ଥାନରେ ପରିଣତ ହୋଇଥିଲା। ଏଠାରେ ସମସ୍ତ ଲୋକ ପଥରରେ ପରିଣତ ହୋଇଥିଲେ ଏବଂ ସହର ବର୍ତ୍ତମାନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି। ଆମେ ଇଟାଲୀର ପମ୍ପେଇ ସହର ବିଷୟରେ କହୁଛୁ। ଏଠାରେ ଏକ ଆଗ୍ନେୟଗିରି ଥିଲା, ଯାହାର ନାମ ମାଉଣ୍ଟ ଭେସୁଭିୟସ। ଶହ ଶହ ବର୍ଷ ପୂର୍ବେ ଏହି ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା, ଯେଉଁଥିପାଇଁ ସହର ଧ୍ୱଂସ ହୋଇଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ୨୪ ଅଗଷ୍ଟ ୭୯ ଖ୍ରୀଷ୍ଟାବ୍ଦରେ ଭେସୁଭିୟସ ପର୍ବତରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏହି ସହରରେ ପ୍ରାୟ ୧୧ ହଜାର ଲୋକ ରହୁଥିଲେ। ସହରର ଚାରିଆଡ଼େ ବଡ଼ ଘର ଏବଂ ଅଟ୍ଟାଳିକା ଦୃଶ୍ୟମାନ ହେଉଥିଲା। ଏହି ସହରର ବିଶେଷତା ଥିଲା ଏହାର ଉର୍ବର ଭୂମି। ସହରରେ ବାରମ୍ବାର ଭୂକମ୍ପ ଘଟିଥଲା, କିନ୍ତୁ କେହି ଜାଣି ନ ଥିଲେ ଯେ, ସେଦିନ ଏପରି ଘଟିବ ତାହା ସହରକୁ ନଷ୍ଟ କରିଦେବ।

ଏହି ଆଗ୍ନେୟଗିରି ୨୪ ଅଗଷ୍ଟ ସନ୍ଧ୍ୟାରେ ବିସ୍ଫୋରଣ ହୋଇ କ୍ରମାଗତ ଦୁଇ ଦିନ ଜଳିବାରେ ଲାଗିଲା। ରିପୋର୍ଟ ଅନୁଯାୟୀ, ସମୁଦାୟ ଜନସଂଖ୍ୟାର ୧୩ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୨୦୦୦ ଲୋକ ଏହି ଆଗ୍ନେୟଗିରିରେ ପ୍ରାଣ ହରାଇଛନ୍ତି। ରୋମାନ ଲେଖକ ପ୍ଲିନି ପ୍ରସିଦ୍ଧ ରୋମାନ ଐତିହାସିକ ଟାଇସ୍‌ଟସ୍‌ଙ୍କୁ ଦୁଇଟି ଚିଠି ଲେଖିଥିଲେ। ଯେଉଁଥିରେ ସେ କହିଥିଲେ, ସେ ଏହି ଆଗ୍ନେୟଗିରିର ବିସ୍ଫୋରଣ ଦେଖିଛନ୍ତି। ଲାଭା ଆକାଶକୁ ଉଠିଥିଲା ଏବଂ ଧୂଆଁର ମୋଟା ଚାଦର ଏହି ଅଞ୍ଚଳକୁ ଘେରି ରହିଥିଲା। ଏହାର ଆଖପାଖ ଅଞ୍ଚଳକୁ ମିଶାଇ ସମୁଦାୟ ୧୬ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆଗ୍ନେୟଗିରିର ଲାଭାରେ ପୋତି ଦିଆଯିବା ପରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା। ଦୁଇଦିନ ଧରି ଆକାଶରୁ ଆଗ୍ନେୟଗିରି ପାଉଁଶ ପଡୁଥିଲା, ଯାହା ଲୋକଙ୍କୁ ପୋତି ଦେଇ ପଥରରେ ପରିଣତ କରିଥିଲା। ତାଙ୍କ ଶରୀର କଠିନ ପ୍ଲାଷ୍ଟର ପରି ହୋଇଯାଇଥିଲା। ବିଶ୍ୱାସ କରାଯାଏ, ସହରର ଘର ଭିତରେ ତାପମାତ୍ରା ୪୦୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ବିଷାକ୍ତ ଗ୍ୟାସ ଯୋଗୁ ଲୋକମାନେ ଶ୍ୱାସରୁଦ୍ଧ ହୋଇଥିଲେ। ତେବେ ଭେସୁଭିୟସ ପର୍ବତର ଶେଷ ଆଗ୍ନେୟଗିରି ୧୯୪୪ରେ ବିସ୍ଫୋରଣ ହୋଇଥିଲା।। ସେବେଠାରୁ ଏହା ନିରବ ରହିଥିଲା। ବର୍ତ୍ତମାନ ଏହି ସହର ପୁଣି ହସି ଉଠିଛି। ୟୁନେସ୍କୋ ଏହାକୁ ଏକ ବିଶ୍ୱ ଐତିହ୍ୟସ୍ଥଳ ଭାବେ ଘୋଷଣା କରିଛି।

Share