Categories: ଜାତୀୟ

ଡିସେମ୍ବର ସୁଦ୍ଧା ଖୋଲିବ ୨୦୦୦ ଜନ ଔଷଧୀ କେନ୍ଦ୍ର…

ନୂଆଦିଲ୍ଲୀ,୬।୬ : ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସମବାୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନୂଆଦିଲ୍ଲୀରେ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରଧାନ ମନ୍ତ୍ରୀ ଭାରତ ଜନ ଔଷଧୀ କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି ଚିହ୍ନଟ କରାଯିବ।

ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ ଜନ ଔଷଧୀ କେନ୍ଦ୍ର ଏବଂ ଅନ୍ୟ ୧୦୦୦ ଡିସେମ୍ବର ସୁଦ୍ଧା ଖୋଲାଯିବ।
କେନ୍ଦ୍ର ମନ୍ତ୍ରୀ ଶାହା କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ନଅ ବର୍ଷର ମହିଳା ନେତୃତ୍ୱାଧୀନ ବିକାଶ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି ଯେଉଁଥିରେ ଦେଶ ମହିଳା ଉଦ୍ୟୋଗୀଙ୍କୁ ୨୭ କୋଟି ଟଙ୍କା ଋଣ ଦେଇ ଏକ ରେକର୍ଡ ସୃଷ୍ଟି କରିଛି, ଯାହା ଆଜି ଭାରତୀୟ ଅର୍ଥନୀତିକୁ ସଶକ୍ତ କରୁଛି। ପ୍ରଗତିର ଧାରଣାକୁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ମୋଦି ନଅ ବର୍ଷର ମହିଳା ନେତୃତ୍ୱାଧୀନ ବିକାଶର ଏକ ଯୁଗ ଆରମ୍ଭ କରିଛନ୍ତି, ଯାହା ସମସ୍ତଙ୍କୁୁ ଚକିତ କରିଛି ବୋଲି ଶାହା ଟୁଇଟ କରି କହିଛନ୍ତି।

Share