ଭୁବନେଶ୍ୱର,୧।୯(ବ୍ୟୁରୋ): ଚାଷୀଙ୍କୁ ନୂଆଁଖାଇର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଏହି ସହାୟତା ପାଇଛନ୍ତି। ଏହି ବାବଦକୁ ମୋଟ୍ ୮୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।