Categories: ଜାତୀୟ

ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର ଟଙ୍କା ପଠାଇଛନ୍ତି। ମୋଟ ୧୯,୫୦୦କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨ ହଜାର ଟଙ୍କା ପଠାଯାଇଛ। ଅଗଷ୍ଟ ୯ରେ ଚାଷୀଙ୍କ ଖାତାକୁ ଯୋଜନାର ନବମ କିସ୍ତି ଟଙ୍କା ପଠାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଏହି ଯୋଜନାର ଅଷ୍ଟମ କିସ୍ତି ମେ’ ୧୪ରେ  ପଠାଯାଇଥିଲା। ଯୋଜନା ଅନୁସାରେ ପ୍ରତିବର୍ଷ ଚାଷୀଙ୍କ ସଞ୍ଚୟ ଖାତାକୁ ୩ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ପଠାଯାଉଛି। ୨୦୨୦ରେ ବର୍ଷର ଶେଷ କିସ୍ତି ଡିସେମ୍ବର ୨୫ ବଡ଼ଦିନ ଅବସରରେ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୧.୩୮ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟା ଯାଇଛି।

Share