Categories: ଜାତୀୟ

୨୦ ହଜାର ବସ୍ତି ପିଲା ଚିହ୍ନଟ, ଥଇଥାନ ପାଇଁ ଚାଲିଛି ଯୋଜନା

ନୂଆଦିଲ୍ଲୀ,୨୭ା୩: ବର୍ତ୍ତମାନ ସାରା ଦେଶରେ ପ୍ରାୟ ୨୦ ହଜାର ବସ୍ତି ପିଲାଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ଏନ୍‌ସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନ୍‌ଗୋ କହିଛନ୍ତି।

ସେ କହିଛନ୍ତି, ଭାରତର ରାସ୍ତାଘାଟର ପିଲାମାନଙ୍କ ପାଇଁ ଏକ ଓ୍ବେବ୍‌ ପୋର୍ଟାଲ ‘ବାଲ ସ୍ବରାଜ’ ପ୍ରସ୍ତୁତ କରାଯାଇଛି। ଯେଉଁଠାରେ ସେମାନଙ୍କର ସୂଚନା ଅପଲୋଡ୍‌ ହୋଇପାରିବ। ସେମାନଙ୍କୁ ଟ୍ରାକ୍‌ କରାଯାଇପାରିବ ଏବଂ ପୁନଃ ଥଇଥାନ ଦିଗରେ କାର୍ଯ୍ୟ କରାଯାଇପାରିବ।

Share