Categories: ଜାତୀୟ

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣବଳାତ୍କାର ସହ ତାଙ୍କ ପରିବାରକୁ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଥିଲା। ସେବେଠାରୁ ବାନୋ ଯାଯାବର ଭାବେ ଜୀବନ କାଟୁଛନ୍ତି। ତେଣୁ ରାଜ୍ୟ ସରକାର ତାଙ୍କୁ ଏକ ସରକାରୀ ଚାକିରି ସହ ରହିବା ପାଇଁ ବାସସ୍ଥାନ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞକଜନ ଗୋଗୋଇଙ୍କୁ ନେଇ ଗଠିତ ଏକ ୩ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ପ୍ରକାଶ କରିଛନ୍ତି। ଏହାସହ ଏହି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୪ ଜଣଙ୍କ ପେନସନ୍‌ ବନ୍ଦ କରାଯାଇଛି ଓ ଜଣଙ୍କୁ ତଳ ପାହ୍ୟାକୁ ପଠାଇ ଦିଆଯାଇଛି।

Share