Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୨୦୧ ରନ୍‌ର ବିଜୟ ଟାର୍ଗେଟ

ସିଡ୍‌ନୀ,୨୨।୧୦: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡର ଶନିବାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୦୦ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ୍‌ ଆଲେନ୍‌ ଏବଂ ଡିଭେନ୍‌ କନ୍‌ଭେ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ୫୬ ରନ୍‌ରେ ଦଳର ପ୍ରଥମ ଉଇକେଟ ଭାବେ ଫିନ୍‌ ଆଲେନ୍‌ ୧୬ ବଲ୍‌ରେ ୪୨ରନ୍‌ କରି ଆଉଟ ହୋଇଥିଲେ। ହେଲେ ଡିଭେନ୍‌ କନ୍‌ଭେ ଧୈର୍ଯ୍ୟର ସହ ଖେଳି ଦଳକୁ ଆଗକୁ ନେଇଥିଲେ। ସେ ୫୮ ବଲ୍‌ରେ ୯୨ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନ୍ସିଂ ଖେଳି ଅପରାଜିତ ରହିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ କରିଥିଲା। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୨ ରନ୍‌ କରିଥିବା ବେଳେ ଗ୍ଲେନ୍‌ ଫିଲିପ୍ସ ୨୬ ରନ୍‌ କରି ଅପରାଜିତ ରହିଥିଲେ।

Share