Posted inଖେଳ

୨୦୧୧: ଆୟୋଜକ ଦେଶ ଭାବେ ଭାରତ ବିଜେତା

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦଶମ ସଂସ୍କରଣ ଭାରତରେ ଖେଳା ଯାଇଥିଲା। ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଆୟୋଜକ ଦେଶ ରହିଥିବା ବେଳେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଆରମ୍ଭରୁ ଭାରତ ଓ ପାକିସ୍ତାନରେ ଏହି ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କାରଣରୁ ପାକିସ୍ତାନର ଆୟୋଜକ କ୍ଷମତା ପ୍ରତ୍ୟାହାର କରିଥିଲା ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ। ପାକିସ୍ତାନରେ ହେବାକୁ ଥିବା ୧୪ ମ୍ୟାଚ୍‌ ମଧ୍ୟରୁ ୮ ଭାରତରେ ଖେଳା ଯାଇଥିବା ବେଳେ ୪ଟି ଶ୍ରୀଲଙ୍କାରେ ଓ ଦୁଇଟି ବାଂଲାଦେଶରେ ଖେଳା ଯାଇଥିଲା। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଖେଳୁଥିବା ବେଳେ ୨୮ ବର୍ଷ ପରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି ଉଠାଇବାର ସୌଭାଗ୍ୟ ହାସଲ କରିଥିଲା। ଶେଷ ଥର ପାଇଁ କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ଟ୍ରଫି ହାତେଇବାରେ ସକ୍ଷମ ହୋଇଥିଲା। ଅନ୍ୟ ପକ୍ଷରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଏହା ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ସେ କ୍ୟାରିୟରରେ ପ୍ରଥମ ଟ୍ରଫି ଉଠାଇବାର ସୌଭାଗ୍ୟ ହାସଲ କରିଥିଲେ। ସେହିପରି ଏହି ବିଶ୍ୱକପ୍‌ରେ ଭାରତର ଟ୍ରମ୍ପ କାର୍ଡ ରହିଥିଲେ ଯୁବରାଜ ସିଂ। ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ ସହିତ ସେ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ।
ଭାରତରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟରେ ୧୪ ଦଳ ଅଂଶଗ୍ରହଣ କରିଥିଲେ। ଦୁଇଟି ଗ୍ରୁପ୍‌ର ଟପ୍‌-୪ ଦଳ ନକ୍‌ଆଉଟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଭାରତ କ୍ୱାର୍ଟର ଫାଇନାଲରେ ୪ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେମିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦଳ ଫାଇନାଲରେ ପହଞ୍ଚିଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଦଳ ୬ ଉଇକେଟରେ ଜିତି ନେଇଥିଲା। ପ୍ରଥମ ଥର ପାଇଁ ଦୁଇ ଏସୀୟ ରାଷ୍ଟ୍ର ଫାଇନାଲରେ ପ୍ରବେଶ କରିଥିବା ବେଳେ ୧୯୯୨ ପରେ ପ୍ରଥମ ଥର ଫାଇନାଲ ଖେଳି ନ ଥିଲା ଅଷ୍ଟ୍ରେଲିଆ। ଏହି ବିଶ୍ୱକପ୍‌ରେ ଯୁବରାଜ ସିଂଙ୍କୁ ବାଦ୍‌ ଦେଲେ ଅନେକ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦୁଇ ଓପନର ବୀରେନ୍ଦ୍ର ସେହ୍ବାଗ ୩୮୦ ଓ ଗୌତମ ଗମ୍ଭୀର ୩୯୩ ରନ୍‌ ସ୍କୋର କରିଥିଲେ। ସେହ୍ବାଗ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଗମ୍ଭୀର ୪ ଅର୍ଦ୍ଧଶତକ ହାସଲ କରିଥିଲେ। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୯ ମ୍ୟାଚ୍‌ରୁ ୨ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୪୮୨ ରନ୍‌ ସ୍କୋର କରିଥିଲେ। ଯୁବରାଜ ସିଂ ୯ ମ୍ୟାଚ୍‌ରୁ ୧ ଶତକ ଓ ୪ ଅର୍ଦ୍ଧଶତକ ସହିତ ୩୬୨ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ନେଇଥିଲେ ୧୫ ଉଇକେଟ। ଯୁବରାଜ ବିଶ୍ୱକପ୍‌ ସମୟରେ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ ମଧ୍ୟ ଯେଉଁଭଳି ପ୍ରଦର୍ଶନ କରିଥିଲେ ତାହା ସର୍ବଦା ସ୍ମରଣୀୟ ରହିବ। ଏହି ଟୁର୍ନାମେଣ୍ଟରେ ଯୁବରାଜଙ୍କ ବ୍ୟାଟିଂ ଆଭରେଜ ୯୦.୫୦ ରହିଥିଲା। ଫାଇନାଲ ମ୍ୟାଚରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ୯୧ ରନ୍‌ ଓ ଗୌତମ ଗମ୍ଭୀରଙ୍କ ଲଢୁଆ ୯୭ ରନ୍‌ ଭାରତକୁ ଟାଇଟଲ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ବୋଲିଂରେ ଜାହିର ଖାନ୍‌ ୨୧ ଉଇକେଟ ନେଇ ଭାରତୀୟ ବୋଲିଂର ନେତୃତ୍ୱ ନେଇଥିଲେ। ଯୁବରାଜ ସିଂ ୧୫ ଓ ମୁନାଫ ପଟେଲ ୧୧ ଉଇକେଟ ସହିତ ତାଙ୍କୁ ସହାୟତା କରିଥିଲେ।
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଥିଲା ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ଶତକ ବଳରେ ୬ ଉଇକେଟ ହରାଇ ୨୭୪ ରନ୍‌ କରିଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ଅପରାଜିତ ୯୧ ଓ ଗୌତମ ଗମ୍ଭୀରଙ୍କ ୯୭ ରନ୍‌ ବଳରେ ଭାରତ ୧୦ ବଲ୍‌ ବାକିଥାଇ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଛକା ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ ମ୍ୟାଚ ଶେଷ କରିଥିଲେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଯୁବରାଜ ସିଂଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ତିଳକରତ୍ନେ ଦିଲସାନ୍‌ ୫୦୦ ରନ୍‌ ସହ ଟୁର୍ନାମେଣ୍ଟର ହାଇଏଷ୍ଟ ସ୍କୋରର ରହିଥିବା ବେଳେ ୨୧ ଉଇକେଟ ସହିତ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ଯୁଗ୍ମ ପ୍ରଥମ ସ୍ଥାନରେ ଥିଲେ ଜାହିର ଖାନ୍‌ ଓ ଶାହିଦ ଆଫ୍ରିଦି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ...

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନି

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri