ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛଇ।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୧୮ ଏବଂ କଟକରୁ ୧୩୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୮୮, ଜଗତସିଂହପୁର ୮୫, ମୟୂରଭଞ୍ଜ ୮୩, ଯାଜପୁର ୮୧, କେନ୍ଦୁଝର ୭୫, ପୁରୀ ୬୯, କେନ୍ଦ୍ରାପଡ଼ା ୬୫, ବଲାଙ୍ଗୀର ୬୪, ଭଦ୍ରକ ୬୩, ନୂଆପଡ଼ା ୬୨, ନବରଙ୍ଗପୁର ୬୦, ଢେଙ୍କାନାଳ ୫୬, ସୋନପୁର ୪୭, ବରଗଡ଼ ୪୬, କଳାହାଣ୍ଡି ୪୪, ଝାରସୁଗୁଡ଼ା ୪୨, ନୟାଗଡ଼ ୩୭, ସମ୍ବଲପୁର ୩୬, କନ୍ଧମାଳ ୩୪, ସୁନ୍ଦରଗଡ଼ ୨୬, କୋରାପୁଟ ୨୫, ଗଞ୍ଜାମ ୨୪, ମାଲକାନଗିରି ୨୩, ବୌଦ୍ଧ ୨୧ ଜଣ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଏବଂ ଗଜପତିରୁ ୯ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ ୬ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

Share