୨୦୧୫ରୁ ୨୦୨୨ ସର୍ବାଧିକ ଉତ୍ତପ୍ତ

ଓ୍ବାଶିଂଟନ,୭।୧୧: ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ଓ୍ବାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ କୁହାଯାଇଛି। ଅମେରିକାରେ ଆୟୋଜିତ ୨୭ତମ ୟୁନାଇଟେଡ୍‌ ନେଶନ୍‌ ଫ୍ରେମ୍‌ଓ୍ବର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଚ କନ୍‌ଫରେନ୍ସରେ ଡବ୍ଲ୍ୟୁଏମ୍‌ଓ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଛି। ୧୯୯୩ ପରଠୁ ସମୁଦ୍ର ପତ୍ତନ ବୃଦ୍ଧିର ହାର ଦୁଇଗୁଣା ହୋଇଛି ।

ସେହିପରି ୨୦୨୦ ଜାନୁୟାରୀ ପରଠାରୁ ଏଥିରେ ୧୦ ମିଲିମିଟର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି, ଯାହାକି ଚଳିତବର୍ଷ ଏକ ନୂଆ ରେକର୍ଡ। ଗତ ଅଢ଼େଇ ବର୍ଷ ମଧ୍ୟରେ ସମୁଦ୍ର ପତ୍ତନରେ ହାରାହାରି ୧୦% ବୃଦ୍ଧି ଘଟିଛି। ଏ ନେଇ ଗବେଷକମାନଙ୍କ ପକ୍ଷରୁ କରାଯାଇଥିବା ତର୍ଜମା ରିପୋର୍ଟ ଆସନ୍ତା ଏପ୍ରିଲରେ ପ୍ରକାଶ କରାଯିବ।
୨୦୨୨ରେ ବିଶ୍ୱର ତାପମାତ୍ରା ୧.୧୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟିଛି। ବର୍ଷ ଶେଷ ପର୍ଯ୍ୟନ୍ତ ତାପମାତ୍ରା ସ୍ଥିତି ଯଦି ସମାନ ରୁହେ ତେବେ ୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ ସୂଚୀରେ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ରହିବ। ତାପମାତ୍ରା ବୃଦ୍ଧି ଦ୍ୱାରା ହିମବାହ ତରଳିବା ଆରମ୍ଭ ହୋଇଛି, ଯାହା ସମୁଦ୍ର ଜଳ ସ୍ତର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଇଛି।

Share