୨୦୧୬ ଇରାକ ବୋମା ବିସ୍ଫୋରଣର ୩ଦୋଷୀଙ୍କୁ ଫାଶୀ, ୩୦୦ରୁ ଅଧିକ ଲୋକଙ୍କ ହୋଇଥିଲା ମୃତ୍ୟୁ

ବାଗବାଦ,୨୯।୮: ଇରାକରେ ୨୦୧୬ ବୋମା ବିସ୍ଫୋରଣର ତିନିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଇରାକର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୨୦୧୬ରେ ବାଗଦାଦର ସପିଂ ଜିଲାରେ ହୋଇଥିବା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ ଆଇଏସଆଇଏସର ହାତ ଥିଲା ବୋଲି ସଂଗଠନ ସ୍ବୀକାର କରିଥିଲା।

ସୂଚନାଯୋଗ୍ୟ, ବାଗଦାଦର ସପିଂ ଜିଲାରେ ଘଟିଥିବା ଏହି ଭୟଙ୍କର ବୋମା ବିସ୍ଫୋରଣରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ବର୍ତ୍ତମାନ ପର୍ଯ୍ୟନ୍ତ ଇରାକରେ ଘଟିଥିବା ମାରାତ୍ମକ ଆକ୍ରମଣ ମଧ୍ୟରୁ ଅନ୍ୟତମ। ମୁସଲମାନଙ୍କର ପବିତ୍ର ରମଜାନ ମାସର ଇଦ-ଉଲ-ଫିତର ପର୍ବର ଠିକ ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଚିହ୍ନିବା କଷ୍ଟସାଧ୍ୟ ଥିଲା। ଏହି ସମୟରେ ଆନ୍ତରୀଣ ମନ୍ତ୍ରୀ ମହମ୍ମଦ ଗାବନ ଇସ୍ତଫା ଦେଇଥିଲେ।

Share