୨୦୧୬ ବ୍ରୁସଲେସ୍‌ ବମିଂ : ୮ଜଣଙ୍କୁ ଦୋଷୀ ଦୋଷୀ ସାବ୍ୟସ୍ତ କଲେ ବେଲଜିୟମ ହାଇକୋର୍ଟ

ବ୍ରୁସଲେସ,୨୬।୭: ବ୍ରୁସଲେସ୍‌ର ୨୦୧୬ ଇସଲାମୀ ବମ୍‌ ବିସ୍ଫୋଟ ମାମଲାରେ ବେଲଜିୟମର ଏକ ବଡ ଅଦାଲତ ନିଜ ରାୟ ଦେଇଛନ୍ତି। କୋର୍ଟ ମାମଲାରେ ଜଡିତ ୬ଅପରାଧୀଙ୍କୁ ହତ୍ୟା ଏବଂ ଦୁଇ ଜଣଙ୍କୁ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୩୨ଜଣଙ୍କର ମୃତ୍ୟୁ ହୋଇଥିଲା।

ମାମଲାରେ ଜଡିତ ୧୦ଅପରାଧୀଙ୍କ ମଧ୍ୟରୁ ୬ଦୋଷୀଙ୍କୁ ବ୍ରୁସଲେସ୍‌ ଏୟାରପୋର୍ଟରେ ବମ୍‌ ବିସ୍ଫୋଟ କରିବା ଓ ୨୦୧୬ ମାର୍ଚ୍ଚ ୨୨ରେ ସହରର ମେଟ୍ରୋରେ ବମ୍‌ ବିସ୍ଫୋଟ କରି ଲୋକଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିସହ ଅନ୍ୟ ଦୁଇଜଣ ଆତଙ୍କବାଦୀ ଗତିବିଧି ଅଭିଯୋଗରେ ଦୋଷୀ ଅଭିହିତ କରାଯାଇଛି। ସେହିପରି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

Share