Advertisement

ଆୟଉତ୍ସ ପ୍ରକାଶ କରିବେ ସମସ୍ତ ରାଜନୈତିକ ଦଳ, କାଏମ ରହିବ ୨୦୧୯ ରାୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧/୧୦: ରାଜନୈତିକ ଦଳ ମାନଙ୍କର ଆୟଉତ୍ସ ପ୍ରକାଶ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସରକାରଙ୍କ ପକ୍ଷ ଏବଂ ଅପିଲକାର୍ତ୍ତାଙ୍କ ପକ୍ଷ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ୨୦୧୯ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯେଉଁଥିରେ ସମସ୍ତ ରାଜନୈତିକ ଦଳ ଆବଶ୍ୟକ କରନ୍ତି ତାହା ଜାରି ରହିବ। ଏହା ସହିତ ଦଳ ମାନଙ୍କର ଆୟସୂତ୍ର ଜାଣିବାର ଅଧିକାର ସାଧାରଣ ଲୋକ ମାନଙ୍କର ରହିଛି ବୋଲି କୋର୍ଟ କହିଛନ୍ତି।

ଏହି ରାୟ ଅନୁଯାୟୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଣ୍ଠି ଗ୍ରହଣ କରିଥିଲେ, ସେଗୁଡିକର ସମସ୍ତ ତଥ୍ୟ ପ୍ରକାଶ କରିବାକୁ କହିଥିଲେ। ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ସେହି ତଥ୍ୟ ସଂଗ୍ରହ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share