ଆଜିକୁ ଠିକ୍ ବର୍ଷେ ପୂର୍ବେ ଆଇସିସି ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସୁପର ଓଭର ବୋଲିଂ କରିବା ପୂର୍ବରୁ ନିଜକୁ ଚିନ୍ତାମୁକ୍ତ କରିବା ପାଇଁ ସିଗାରେଟ୍ ବ୍ରେକ୍ ନେଇଥିଲେ। ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଏହି ବିବାଦିତ ମ୍ୟାଚ୍କୁ ନେଇ ଲେଖାଯାଇଥିବା ଏକ ପୁସ୍ତକରେ ଏହା କୁହାଯାଇଛି। ସୂଚନାଯୋଗ୍ୟ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚ୍ ଟାଇ ହୋଇଥିଲା। ଫଳାଫଳ ପାଇଁ ସୁପର ଓଭର ସହାୟତା ନିଆଯାଇଥିଲା। ଏହା ମଧ୍ୟ ଟାଇ ହେବାରୁ ବାଉଣ୍ଡ୍ରୀ ଆଧାରରେ ଇଂଲଣ୍ଡ ବିଜେତା ହୋଇଥିଲା। ଏହାକୁ ନେଇ ଅନେକ ବିବାଦ ଉଠିଥିଲା। ଏହି ଐତିହାସିକ ମ୍ୟାଚ୍କୁ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ମୋର୍ଗାନ୍ ମ୍ୟାନ୍: ଦ ଇନ୍ସାଇଡ୍ ଷ୍ଟୋରୀ ଅଫ୍ ଇଂଲଣ୍ଡ ରାଇଜ୍ ଅଫ୍ କ୍ରିକେଟ୍ ଓ୍ବାଲର୍ଡ କପ୍ ହ୍ୟୁମିଲିଏଶନ୍ ଟୁ ଗ୍ଲୋରି’ ନାମକ ପୁସ୍ତକ ରିଲିଜ୍ କରାଯାଇଛି। ଏଥିରେ ଷ୍ଟୋକ୍ସ ସିଗାରେଟ୍ ଟାଣିଥିବା କଥା ଉଲ୍ଲେଖ ରହିଛି।