Categories: ଜାତୀୟ

୬ ବର୍ଷରେ ବିହାରରେ ୨୦୨ ବିଷାକ୍ତ ମଦ୍ୟପାନ ମୃତ୍ୟୁ, ଦେଶରେ ୬,୧୭୨…

ନୂଆଦିଲ୍ଲୀ,୧୫।୧୨ : ବିହାରର ଛପରା ଜିଲାରେ ବିଷାକ୍ତ ମଦ୍ୟପାନ କରି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି।
୨୦୧୬ ଠାରୁ ବିହାରରେ ମଦ ନିଷେଧ ଆଇନ ବଳବତ୍ତର ରହିଛି। ଏହା ସତ୍ତ୍ୱେ ମଦମୃତ୍ୟୁ ଜାରି ରହିଛି। ଗତ ୬ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୨୦୨ ଜଣଙ୍କର ଏହି କାରଣରୁ ମୃତ୍ୟୁ ଘଟିଛି।

୨୦୨୧ମସିହାରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୦ ଏବହ ୨୦୧୯େୀ ୯ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ବିଷାକ୍ତ ମଦ୍ୟପାନ ଯୋଗୁ ଘଟିଥିଲା। ୨୦୧୮ରେ ୯, ୨୦୧୭ ରେ ୮ ଏବଂ ୨୦୧୬ ରେ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୨ ମସିହାରେ, ଏପର୍ଯ୍ୟନ୍ତ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଗୋପାଳଗଞ୍ଜ, ଛପରା, ବେଟିୟା ଏବଂ ମୁଜାଫରପୁର ଜିଲାରେ ଘଟିଛି।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଗତ ୬ବର୍ଷରେ ଦେଶରେ ବିଷାକ୍ତ ମଦ ପିଇ ୬,୧୭୨ ଜଣଙ୍କର ମୃତ୍ୟୁ ଘଟିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ୨୦୧୬ରେ ୧୦୫୪ ଜଣ, ୨୦୧୭ ରେ ୧୫୧୦, ୨୦୧୮ରେ ୧୩୬୫, ୨୦୧୯ରେ ୧୨୯୬ ଏବଂ ୨୦୨୦ରେ ୯୪୭ ଜଣଙ୍କର ବିଷାକ୍ତ ମଦ୍ୟପାନ କରିବା ପରେ ମୃତ୍ୟୁ ଘଟିଥିଲା।

Share