କୁହାଯାଏ ପ୍ରାକୃତିକ ବିପତ୍ତି ଯେତେବେଳେ ଆସିଥାଏ ସେତେବେଳେ ତାକୁ ବିଜ୍ଞାନର କୌଣସି ବି ଶକ୍ତି ବାଧା ଦେଇପାରେନା । ସେହି ସମୟରେ ମଣିଷର ସକଳ ଶକ୍ତି ହାରିଯାଏ ବିପର୍ଯ୍ୟୟ ନିକଟରେ । ମଣିଷ ଅତି ନିକଟରୁ ଦେଖୁଥାଏ ମୃତ୍ୟୁର ତାଣ୍ଡବକୁ , ତଥାପି ସେ ନିରୁପାୟ । ସରିଯିବ ଚଳନ୍ତି ବର୍ଷ ପୁଣି ଆସିବ ନୂଆ ବର୍ଷ । ବଦଳିବ କ୍ୟାଲେଣ୍ଡର । ବଦଳିବ ବର୍ଷ । ଆଉ ମାତ୍ର କେଇଟା ଦିନର ଅପେକ୍ଷା । ବିଦାୟ ନେବ ୨୦୨୦। ପାଦ ଥାପିବ ନୂଆ ବର୍ଷ ୨୦୨୧। ୨୦୨୦ ହୋଇଯିବ ଆମ ସମସ୍ତଙ୍କ ପାଇଁ ଅତୀତ ଆଉ ଇତିହାସ। ଏହି ୨୦୨୦ ଆମ ପାଇଁ ଛାଡିଯାଇଛି ଅନେକ ସୁଖ ଦୁଃଖ ଘଟଣା ଦୁର୍ଘଟଣାର ସ୍ମୃତି । ତେବେ ଏହି ଅବସରରେ ଆସନ୍ତୁ ଦେଖିବା ବିପର୍ଯ୍ୟୟର ବର୍ଷ ୨୦୨୦ କୁ ।