Categories: ଜାତୀୟ

୨୦୨୨ ବଜେଟ୍‌,୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌…

ନୂଆଦିଲ୍ଲୀ, ୧।୨ : ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ୨୦୨୨ ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଉପସ୍ଥାପିତ ହୋଇଛି। ଦେଶର ଆର୍ଥିକ ପୁନରୁଦ୍ଧାରକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଅର୍ଥନୀତିରେ ଭାରତୀୟ ଅର୍ଥନୀତି ଆହ୍ବାନର ସମ୍ମୁଖୀନ ହେଉଛି, କିନ୍ତୁ ଏହା ସତ୍ତ୍ୱେ ଦେଶରେ କରୋନା ସମୟର ମୁକାବିଲା ପାଇଁ ସଠିକ ପଦକ୍ଷେପ ନିଆଯାଇଛି।

ଲୋକସଭାରେ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅନ୍ତର୍ଭୂକ୍ତ ବିକାଶ ହେଉଛି ସରକାରଙ୍କ ପ୍ରାଥମିକତା। ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସରକାରଙ୍କ ବଡ ଲକ୍ଷ୍ୟ। ସରକାରଙ୍କ ଉଦ୍ୟମ ଦ୍ୱାରା ଆତ୍ମନିର୍ଭରଶୀଳ ଭାରତର ଚିନ୍ତାଧାରା ଏବଂ ଲକ୍ଷ୍ୟକୁ ଉତ୍ସାହିତ କରାଯାଇଛି।

Share