୨୦୨୩-୨୪ ରାଜ୍ୟ ବଜେଟ: କୃଷି ପାଇଁ ୨୪ ହଜାର ୮୨୯ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି। ବଜେଟରେ ଚାଷୀଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ସରକାର। ବଜେଟରେ ଚାଷୀଙ୍କୁ ଫୋକସ କରାଯାଇଛି। ସରକାର କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଧାନ ସଂଗ୍ରହ ପାଇଁ ୨ ହାଜର କୋଟିର ରିଭଲିଂ ଫଣ୍ଡର ବ୍ୟବସ୍ଥା କରାଯାଇଛି। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୮୧ କୋଟି ବ୍ୟବବରାଦ କରାଯାଇଥିବା ବେଳେ ଜାତୀୟ ଉଦ୍ୟାନ ମିଶନ ପାଇଁ ୧୨୧ କୋଟି, କାଳିଆ ସହାୟତା ପାଇଁ ୧୮୭୯ କୋଟିର ବ୍ୟବବରାଦ ରହିଛି। ସେହିପରି ଓୟୁଏଟି କୃଷି ଗବେଷଣା ପାଇ ୧୬୬ କୋଟ, ଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି,ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି କୃଷି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ବୟବରାଦ ହୋଇଛି। କୃଷି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୫ ବର୍ଷରେ ୩୬୬ କୋଟି ଖର୍ଚ୍ଚ କରିବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି।

୨୦୨୩ରେ ନଦୀ ଉପରେ ୧୬ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପାଇଁ ୮୫୪ କୋଟ ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ପାର୍ବତୀ ଗିରି ବୃହତ ଷ୍ଟୋରେଜ ପାଇଁ ୫୦୦ କୋଟି ଟଙ୍କା ରହିଛି। ୨୦୨୫ -୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ବ୍ୟବବରାଦ ହୋଇଛି। ଏପରିକି ବିଜୁ କୃଷକ ବିକାଶ ଯୋଜନାରେ ୧୫ ଶହ, ଉଠାଜଳସେଚନ ପାଇଁ ୪୦୦ କୋଟି, ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରଉଦ୍ଧାର ପାଇଁ ୧୯୧ କୋଟି ଟଙ୍କା ବଜଟେରେ ଅନୁମୋଦନ କରାଯାଇଛି।

Share