Posted inଖେଳ

୨୦୨୩ ଫିଫା ମହିଳା ବିଶ୍ୱକପ୍‌: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ

ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଯୁଗ୍ମ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଏହି ଦୁଇ ପଡୋସୀ ଦେଶ ବିଡ୍‌ ଦାଖଲ କରିଥିଲେ। ଏହି କ୍ରମରେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ କଲମ୍ବିଆକୁ ପଛରେ ପକାଇଛନ୍ତି। ଏ ନେଇ ଫିଫା ରୁଲିଂ କାଉନସିଲ ଦ୍ୱାରା ଏକ ମତଦାନ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ- ନୁଜିଲାଣ୍ଡ ୨୨-୧୩ ଭୋଟ୍‌ରେ ଲାଟିନ ଆମେରିକୀୟ ଦେଶ କଲମ୍ବିଆକୁ ପରାସ୍ତ କରିଥିଲା। ଜାପାନ ବିଡ୍‌ ପ୍ରତ୍ୟାହାର କରିବା ପରେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ ସହିତ କଲମ୍ବିଆ ଅନ୍ୟତମ ଏକମାତ୍ର ଦେଶ ଭାବେ ଆୟୋଜନ ଦୌଡ଼ରେ ରହିଥିଲା। ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଅନ୍ୟତମ ସଦସ୍ୟ ଭାବେ ମତଦାନରେ ଅଂଶଗ୍ରହଣ କରିଥିଲେ ଓ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ ପାଇଁ ଭୋଟ ଦେଇଥିଲେ। ଏହି ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ସର୍ବାଧିକ ୩୨ଟି ଦଳ ଅଂଶଗ୍ରହଣ କରିବେ।
ଫିଫା ଏଥିସହିତ ମହିଳା ବିଶ୍ୱକପ୍‌ ୪ ବର୍ଷ ବଦଳରେ ପ୍ରତି ଦୁଇବର୍ଷରେ ଆୟୋଜନ କରିବାକୁ ତା’ର ପୁରୁଣା ପ୍ରସ୍ତାବକୁ ଦୋହରାଇଛି। ବିଶ୍ୱରେ ମହିଳା ଫୁଟବଲର ବିକାଶ ହେବା ନିହାତି ଜରୁରି ବୋଲି ଇନ୍‌ଫାଣ୍ଟିନୋ ଜୁରିକ୍‌ସ୍ଥିତ ଫିଫା ମୁଖ୍ୟ କାର୍ଯ୍ୟାଳୟରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ୪ ବର୍ଷ ହେଉଛି ବହୁତ ଲମ୍ବା ସମୟ। ତେଣୁ ମହିଳା ଫୁଟବଲର ବିକାଶ ପାଇଁ ବିଶ୍ୱକପ୍‌ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୧୯୯୧ରୁ ପ୍ରଥମଥର ପାଇଁ ମହିଳା ବିଶ୍ୱକପ୍‌ ଆୟୋଜନ ହୋଇଥିଲା। ପ୍ରଥମଥର ପାଇଁ ପୁରୁଷ କିମ୍ବା ମହିଳା ଫିଫା ବିଶ୍ୱକପ୍‌କୁ ୨ଟି ଭିନ୍ନ କନ୍‌ଫେଡେରେଶନର ଦୁଇ ଦେଶ ଯୁଗ୍ମ ଭାବେ ଆୟୋଜନ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ଏସିଆ କନ୍‌ଫେଡେରେଶନ ଓ ନ୍ୟୁଜିଲାଣ୍ଡ ଓସେନିଆ କନ୍‌ଫେଡେରେଶନର ଅନ୍ତର୍ଭୁକ୍ତ। ଦୁଇ ଦେଶ ପ୍ରଥମଥର ପାଇଁ ମିଳିତ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବେ। ମହିଳା ଫୁଟବଲ୍‌ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ୭ ନମ୍ବର ଓ ନ୍ୟୁଜିଲାଣ୍ଡ ୨୩ ନମ୍ବର ସ୍ଥାନରେ ରହୁଛନ୍ତି। ଆୟୋଜକ ହିସାବରେ ଏହି ଦୁଇ ଦେଶ ସିଧାସଳଖ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।
ଦକ୍ଷିଣ ଆମେରିକାର ୪ ଓ ୟୁଇଏଫ୍‌ଏର ୯ ସଦସ୍ୟ କଲମ୍ବିଆ ପାଇଁ ମତଦାନ କରିଥିଲେ। ପୂର୍ବତନ ୟୁଏସ୍‌ ସକର ଫେଡେରେଶନ ଅଧ୍ୟକ୍ଷ ସୁନୀଲ ଗୁଲାଟି ଅଷ୍ଟ୍ରେଲି- ନ୍ୟୁଜିଲାଣ୍ଡ ପାଇଁ ଭୋଟ୍‌ ଦେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଫୁଟବଲର କୌଣସି ବୃହତ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ମୋଟ ଉପରେ ୧୨ଟି ସହରରେ ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏଥିରେ ଅଷ୍ଟ୍ରେଲିଆର ୭ ଓ ନ୍ୟୁଜିଲାଣ୍ଡର ୫ ସହର ସାମିଲ ହୋଇଛି। ମହିଳା ବିଶ୍ୱକପ୍‌ ଆୟୋଜନ ନେଇ ୩୭ ଜଣିଆ ଫିଫା କାଉନସିଲ ନିଷ୍ପତ୍ତି ନେଇଥାଏ। ସେହିପରି ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ୨୧୧ ମେମ୍ବର ଫେଡେରେଶନ ମିଳିତ ଭାବେ ନିଷ୍ପତ୍ତି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri