ଅମ୍ବାନୀ-ଆଦାନୀଙ୍କୁ ପଛରେ ପକାଇଲେ ଦେଶର ୩ ଯୁବ କୋଟିପତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭାରତର ବାସିନ୍ଦା। କିନ୍ତୁ ବର୍ତ୍ତମାନ ଏହାର ପରିଭାଷା ବଦଳିଛି। ଚଳିତ ବର୍ଷ ୨୦୨୩ରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନେକେ କୋଟିପତି ହୋଇଛନ୍ତି। କିନ୍ତୁ ସେଥିମଧ୍ୟରୁ ଏହି ତିନି ଜଣ ବ୍ୟକ୍ତି ଯେଉଁମାନେ ୪୦ବର୍ଷରୁ କମ ବୟସରେ ହୋଇ ଭାରତର କୋଟିପତି ହୋଇଛନ୍ତି।
ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସ ହେଉ କିମ୍ବା ଫୋର୍ବସର ୧୦୦ଧନୀ ତାଲିକା କିମ୍ବା ହୁରୁନ ଇଣ୍ଡିଆର ’ସେଲ୍ଫ ମେଡ ବିଜିନେସ ଅଫ ଦି ଇୟର’ ତାଲିକା ହେଉ, ଦେଶର ଏହି ୩ ଯୁବକ ଏଥିରେ ନିଜ ନାମ ସ୍ଥାନିତ କରିଛନ୍ତି।

ନିଖିଲ କାମାଥ: ‘ଜେରୋଧା’ ଅନଲାଇନ ଷ୍ଟକ ଟ୍ରେଡିଙ୍ଗ ପ୍ଲାଟଫର୍ମ ପ୍ରତିଷ୍ଠାତା ହେଉଛନ୍ତି ନିଖିଲ କାମାଥ (୩୭)। ଯିଏକି ଦେଶର ସର୍ବକନିଷ୍ଠ କୋଟିପତି ତାଲିକାରେ ରହିଛନ୍ତି।
ତାଙ୍କ ଭାଇ ନିତିନ କାମାଥ (୪୪) ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଫୋର୍ବସର ରିଚ୍‌ ଇଣ୍ଡିଆନ ଲିଷ୍ଟରେ କାମାଥ ଭାଇମାନେ ଦେଶର ସବୁଠାରୁ କନିଷ୍ଠ କୋଟିପତି ଅଟନ୍ତି। ତାଙ୍କର ନେଟଓ୍ବର୍ଥ ହେଉଛି ୫୦୫ ବିଲିୟନ ଡଲାର।

ବିନି ଏବଂ ସଚିନ ବନସାଲ: ଫ୍ଲିପକାର୍ଟ ଭଳି ପ୍ଲାଟଫର୍ମ ଆରମ୍ଭ କରିଥିବା ସଚିନ ଏବଂ ବିନି ବନସାଲଙ୍କ ବୟସ ୫୦ବର୍ଷରୁ କମ୍‌। ଉଭୟେ ୨୦୧୫ରେ ଧନୀ ଲିଷ୍ଟରେ ରହିଥିଲେ। ତାଙ୍କର ନେଟଓ୍ବର୍ଥ ହେଉଛି ୧୭୦ ବିଲିୟନ ଡଲାର।

ରବି ମୋଦି: ବିବାହ ସଜିନରେ ଖୁବ୍‌ ଭଲ ବ୍ୟବସାୟ କରୁଥିବା ମାନ୍ୟବର ଓ ମୋହେ କମ୍ପାନୀର ମାଲିକ ୪୬ବର୍ଷିୟ ରବି ମୋଦି। ତାଙ୍କର ନେଟଓ୍ବର୍ଥ ହେଉଛି ୩.୪ ବିଲିୟନ ଡଲାର।

Share