୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ ଓ୍ବାଟର ରିସୋର୍ସେସ୍‌ ୨୦୨୩’ ରିପୋର୍ଟରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଉକ୍ତ ରିପୋର୍ଟରେ ଭୂତଳ ଜଳସ୍ତର ହ୍ରାସ, ବରଫ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବଢ଼ୁଥିବା ଜଳ ସଙ୍କଟକୁ ନେଇ ବିଶ୍ଳେଷଣ କରାଯାଇଛି।
୩୩ ବର୍ଷ ମଧ୍ୟରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠାରୁ ଶୁଷ୍କ ବର୍ଷ ଥିବା ରିପୋର୍ଟ ପ୍ରକାଶ କରିଛି। ୨୦୨୩ରେ ବିଶ୍ୱର ଅଧାରୁ ଅଧିକ ନଦୀର ଜଳସ୍ତର ସ୍ବାଭାବିକ ତୁଳନାରେ ବହୁତ କମ୍‌ ଥିଲା। ଗତବର୍ଷ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ମରୁଡି ଦେଖାଦେଇଥିଲା। ସେଠାରେ ନଦୀଗୁଡ଼ିକର ଜଳ ପ୍ରବାହ ହ୍ରାସ ପାଇଥିଲା। ଆମେରିକାର ମିସିସିପି ଓ ଆମାଜନ ଭଳି ପ୍ରମୁଖ ନଦୀର ଜଳସ୍ତର ରେକର୍ଡ ସ୍ତରକୁ ଖସିଥିଲା। ସେହିପରି ଏସିଆର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ମେକୋଙ୍ଗ ନଦୀର ଜଳସ୍ତର ମଧ୍ୟ କମ୍‌ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ଗତବର୍ଷ ଆଫ୍ରିକାର ପୂର୍ବ ଉପକୂଳରେ ଥିବା ନଦୀଗୁଡ଼ିକର ଜଳସ୍ତର ସ୍ବାଭାବିକଠାରୁ ଅଧିକ ଥିଲା।
କେବଳ ନଦୀ ନୁହେଁ, ଗତବର୍ଷ ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ଜଳାଶୟର ଜଳସ୍ତର ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଥିଲା। ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା, ଭାରତ, ଇସ୍ରାଏଲ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ ଓ ଇସ୍ରାଏଲ୍‌ରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା କାରଣରୁ ଏଠାରେ ଥିବା ଅଧିକାଂଶ କୂଅର ଭୂତଳ ଜଳସ୍ତର ଅଧିକ ଥିଲା। ତେବେ ଉତ୍ତର ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ମରୁଡ଼ି ହେତୁ ଭୂତଳ ଜଳର ମାତ୍ରା କମ୍‌ ଥିଲା। ରିପୋର୍ଟ ଅନୁଯାୟୀ, ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ତଥା କୃଷି କାର୍ଯ୍ୟ ଆଦି ପାଇଁ ଉପଲବ୍ଧ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛ। ଯାହାଫଳରେ ବିଶ୍ୱ ଜଳଯୋଗାଣ ଉପରେ ଚାପ ବୃଦ୍ଧି ପାଇଛି। ସେହିପରି ଉକ୍ତ ରିପୋର୍ଟ ଅନୁଯାୟୀ, ବିଗତ ୫ ଦଶନ୍ଧି ମଧ୍ୟରେ ଗ୍ଲାସିୟର ମଧ୍ୟ ଗତବର୍ଷ ସର୍ବାଧିକ ବରଫ ହରାଇଛି। ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଅଗଷ୍ଟ ମଧ୍ୟରେ ଗ୍ଲାସିୟରଗୁଡ଼ିକରୁ ୬୦ ହଜାର କୋଟି ଟନ୍‌ରୁ ଅଧିକ ବରଫ ତରଳିଥିବା ଡବ୍ଲ୍ୟୁଏମ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦାର୍ଥ ବିଜ୍ଞାନରେ ନୋବେଲ ଜିତିଲେ ଜନ୍ ହୋପଫିଲଡ ଓ ଜିଓଫ୍ରେ ହିଣ୍ଟନ

ନୂଆଦିଲ୍ଲୀ,୮।୧୦: ଆମେରିକୀୟ ବୈଜ୍ଞାନିକ ଜନ୍ ହୋପଫିଲ୍ଡ ଏବଂ ବ୍ରିଟେନ-କାନାଡିୟ ବୈଜ୍ଞାନିକ ଜିଓଫ୍ରେ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଏହି ଦୁଇ ବୈଜ୍ଞାନିକ ମେଶିନ୍...

ପାକିସ୍ତାନ ଯାଇ ଭାରତକୁ କାହିଁକି ପ୍ରଶଂସା କଲେ ଜାକିର ନାୟକ

ଇସଲାମାବାଦ,୮।୧୦: ଭାରତ ବିରୋଧରେ ବିଷ ଓଗାଳୁ ଥିବା ଜାକିର ନାୟକ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ୨୮ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବାକୁ ଯାଉଛନ୍ତି। ତେବେ...

ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା

ତେଲ୍‌ ଆଭିଭ୍‌/ଗାଜା ଷ୍ଟ୍ରିପ୍‌,୮ା୧୦: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ...

ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା

ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର...

ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର

ଷ୍ଟକଲାଣ୍ଡ,୭।୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ...

ଇସ୍ରାଏଲ ଉପରେ ରକେଟ ମାଡ କଲା ହେଜବୋଲ୍ଲା

ଇସ୍ରାଏଲ,୭।୧୦: ହେଜବୋଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ରକେଟ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲାଙ୍କ...

ରାଗିଯାଇ ପାକିସ୍ତାନକୁ ଏମିତି ପରାମର୍ଶ ଦେଲା ଚାଇନା

କରାଚି,୭।୧୦: ରବିବାର ପାକିସ୍ତାନର କରାଚି ବିମାନବନ୍ଦର ବାହାରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୮ଜଣ ଆହତ...

ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ

ଜେରୁଜେଲମ୍‌,୭ା୧୦: ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri