Categories: ଖେଳ

୨୦୨୩ ବିଶ୍ୱକପ୍‌ ଘୋଷଣା: ଏହିଦିନ ଖେଳିବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୦ା୫: କ୍ରିକେଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତବର୍ଷ ଭାରତରେ ଓଡିଆଇ ବିଶ୍ୱକପ୍‌ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଓଡିଆଇ ବିଶ୍ୱକପ୍‌ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ।

ତେବେ ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବା ପାଇଁ ଏବେଠାରୁ ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଲାଣି। ତାରିଖ ଘୋଷଣା ହେବା ପରେ ଦର୍ଶକଙ୍କ ମନରେ ଏକପ୍ରକାର ଆନନ୍ଦ ଭରିଯାଇଛି।

ଆଇପିଏଲର ୧୬ ତମ ସଂସ୍କରଣ ପରେ, ବିସିସିଆଇ ଖୁବ୍‌ଶୀଘ୍ର ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କରିବ। ତେବେ ଟୁର୍ନାମେଣ୍ଟ ପାଇଁ ନାଗପୁର, ବେଙ୍ଗାଲୁରୁ, ତ୍ରିବେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର ଏବଂ ଧର୍ମଶାଳାକୁ ଅନ୍ତର୍ଭୁକ୍ତ କରି ୧୨ଟି ସ୍ଥାନ ଶର୍ଟଲିଷ୍ଟ କରାଯାଇଛି। ତେବେ କେଉଁଠାରେ ହେବ ସେନେଇ ଅଫିସିଆଲି ସୂଚନା ମିଳିପାରିନାହିଁ।

ସୂଚନାନୁଯାୟୀ, ୨୦୧୬ ପରେ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ଦମ୍‌ଦାର ପ୍ରତିଯୋଗିତା ଦେଖିବାକୁ ମିଳିବ।

Share