Categories: ଜାତୀୟ

୨୦୨୪ ଲୋକସଭା ନିର୍ବାଚନରେ କର୍ନାଟକରେ ଭାଜପା-ଜେଡିଏସ ମେଣ୍ଟ ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୩।୭ : କର୍ନାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଜେଡିଏସକୁ କଂଗ୍ରେସ ସାମ୍ନାରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ବର୍ତ୍ତମାନ ଉଭୟ ଦଳ ବିଧାନସଭାରେ ଏକାଠି କଂଗ୍ରେସ ବିରୋଧରେ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ସହ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମିଳିତ ମଞ୍ଚକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି।

ନିକଟରେ ଏନଡିଏ ଏବଂ ଇଣ୍ଡିଆର ସମାବେଶରେ ଜେଡିଏସକୁ କାହା ସହିତ ଦେଖିବାକୂ ମିଳି ନ ଥିଲା। ତେବେ ବର୍ତ୍ତମାନ ଉଭୟ ଦଳ କର୍ନାଟକରେ ଏକଜୁଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଅନେକ ପ୍ରଶ୍ନ ଉଠିଛି। ବର୍ତ୍ତମାନ କର୍ନାଟକର ରାଜନୀତିରେ କ’ଣ ଘଟିବ? ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ଦଳର ପ୍ରସ୍ତୁତି କ’ଣ? ଭାଜପା-ଜେଡିଏସ ସହିତ ଏକାଠି ହେବାର କାରଣ କ’ଣ? ଏହି ମିଳିତ ମଞ୍ଚରୁ କିଏ ଉପକୃତ ହେବ?। ଏନେଇ ଉଭୟ ଦଳ ନୀରବତା ଅବଲମ୍ବନ କରୁଛନ୍ତି। ତେବେ ରାଜନୈତିକ ମହଲରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।

Share