Categories: ଖେଳ

କାତାରରେ ୨୦୩୦ ଏସିଆନ ଗେମ୍ସ

ମସ୍କଟ(ଓମାନ), ୧୭।୧୨(ଏପି)- କାତାରର ଦୋହାକୁ ୨୦୩୦ ଏସିଆନ ଗେମ୍ସ ଆୟୋଜନ ଅଧିକାର ମିଳିଛି। ୨୦୩୪ ଇଭେଣ୍ଟ ସାଉଦି ଆରବର ରିୟାଧରେ ହେବ ବୋଲି ବୁଧବାର ଘୋଷଣା କରାଯାଇଛି। ଅଲିମ୍ପିକ୍‌ କାଉନ୍ସିଲ ଅଫ୍‌ ଏସିଆର ବାର୍ଷିକ ଅଧିବେଶନ ଅବସରରେ ୨୦୩୦ ଗେମ୍ସ ପାଇଁ ହୋଇଥିବା ଭୋଟିଂରେ ଦୋହା ପ୍ରତିଦ୍ୱନ୍ଦ୍ୱୀ ରିୟାଧକୁ ପରାସ୍ତ କରିଥିଲା। ସାଉଦି ଆରବ ଏବଂ କାତାର ମଧ୍ୟରେ ରାଜନୈତିକ ବିବାଦ ଥିବାରୁ ଭୋଟିଂର ଆବଶ୍ୟକ ପଡ଼ିଥିଲା। ୨୦୧୭ରୁ କାତାରକୁ ବେପାର ବଣିଜ ଏବଂ ଭ୍ରମଣକୁ ବାସନ୍ଦ କରିଥିବା ୪ ରାଷ୍ଟ୍ର ମଧ୍ୟରୁ ସାଉଦିଆରବ ଅନ୍ୟତମ। ତେବେ ନିକଟରେ ଏହି ଉଭୟ ଦେଶ ମଧ୍ୟରେ ବିବାଦର ସମାଧାନ ହେବାନେଇ ସୂଚନା ମିଳିଛି। ଭୋଟିଂରେ ପରାସ୍ତ ହୋଇଥିବା ରିୟାଧକୁ ୨୦୩୪ ଗେମ୍ସ ଆୟୋଜନ ପାଇଁ ଅଧିକାର ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ, କାତାରକୁ ୨୦୨୨ ଫିଫା ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ମିଳିଛି।

Share