୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ

ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୮୍‌ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ସନନ୍ଦ ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ ପ୍ରମୁଖ ପରେଡରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ, କୃଷି ବିଭାଗ, ପୌର ପରିଷଦ ଏବଂ ରାଜ୍ୟ ସଡ଼କ ପରିବହନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଭାକର ମହାରଣା ଓ ବିନୋଦ ମହାରଣା ଏବଂ ବଡି ବିଲଡିଂ ଜଗନ୍ନାଥ ଖୁଣ୍ଟିଆଙ୍କୁ ମୁଖ୍ୟଅତିଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜୁନିଅର ଓ ସିନିୟରସ୍ତରରେ ଶ୍ରେଷ୍ଠ କଣ୍ଟିଜେଣ୍ଟକୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଯୁକ୍ତ ଦୁଇ କଳା, ବାଣିଯ୍ୟ ଓ ବିଜ୍ଞାନ ଟପ୍ପର ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ସ୍ବାଇଁ କହିଲେ ଖୋର୍ଦ୍ଧା ବୀରବର ମାଟି। ଏହି ମାଟିରୁ ବିଟ୍ରିଶ ବିରୋଧରେ ପାଇକ ବୀରମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କଳା, ସାହିତ୍ୟ, ସଂସ୍କୃତି୍‌ର ପ୍ରବାହମାନ ଜାଗରଣ କରି ଓଡିଶାକୁ ସମୃଦ୍ଧ କରିଛି। ଓଡିଶା ଆଜି ପ୍ରଗତି ପଥରେ ଆଗେଇ ଚାଲିଛି। ୨୦୩୬ ଉତ୍କଳ ପ୍ରଦେଶ ଗଠନର ଶତାବ୍ଦୀ ବର୍ଷ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲାପାଳ ଚଞ୍ଚଳ ରାଣା, ଏସପି ଅବିନାଶ କୁମାର ସମେତ ଜିଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri